ଭୁବନ ୦୪/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନରେ ସ୍ୱଳ୍ପ ଦିନ ମଧ୍ୟରେ ଉନ୍ନତ ମାନର ସେବା ଯୋଗାଇଦେଇ ଗ୍ରାହକଙ୍କ ଆସ୍ଥା ଭାଜନ ହୋଇଥିବା ୟୁକୋ ବ୍ୟାଙ୍କ ତରଫରୁ ଏକ ଅଟୋମେଟିକ ପାସବୁକ ପ୍ରିଣି୍ଟଂ କିଓସ୍କ ଉଦଘାଟିତ ହୋଇଯାଇଛି । ଆସିଷ୍ଟାଣ୍ଟ ମ୍ୟାନେଜର ରଶ୍ମି ରଂଜନ ମହାନ୍ତି, ହେଡ କ୍ୟାସିଅର ଜ୍ୟୋର୍ତିମୟ ବେହେରା ,କର୍ମଚାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ଉପସ୍ଥିତିରେ ଶାଖା ପରିଚାଳକ ବିପିନ ବିହାରୀ ହୋତା ପ୍ରିଣି୍ଟଂ ମେସିନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗ୍ରାହକମାନଙ୍କ ସୁବିଧା ନିମନ୍ତେ ଏହି ପାସବୁକ ପ୍ରିଣ୍ଟିଂ ମେସିନ ରଖାଗଲା ,ଏଥର ଗ୍ରାହକ ମାନେ ନିଜେ ସେମାନଙ୍କ ଖାତା/ପାସବୁକ ଅପଡେଟ କରିପାରିବେ ବୋଲି କୁହାଯାଇ ଉପସ୍ଥିତ ଗ୍ରାହକଙ୍କୁ ଖାତା ଅପଡେଟ କରି ଦେଖାଇଥିଲେ । ଓଡ଼ିଶା ସମାଚାର