Monday , March 20 2023
Breaking News
Home / ବିଶେଷ / ହାତୀ ଆକ୍ରମଣରେ ଚିକିତ୍ସାଧୀନ ସୁଦର୍ଶନଙ୍କର ମୃତ୍ୟୁ: ବିଭାଗ ଦେଲା ୪୦ହଜାର

ହାତୀ ଆକ୍ରମଣରେ ଚିକିତ୍ସାଧୀନ ସୁଦର୍ଶନଙ୍କର ମୃତ୍ୟୁ: ବିଭାଗ ଦେଲା ୪୦ହଜାର

ନିରାକାରପୁର, ୦୪/୦୨/୨୦୨୧ (ଓଡ଼ିଶା ସମାଚାର)- ହାତୀ ଆକ୍ରମଣରେ ୧୧ ଦିନ ଧରି ଚିକିତ୍ସାଧୀନ ଥିବା ଖୋର୍ଦ୍ଧା ଜିଲ୍ଲା ଡ଼ମଣଭୂମି ଗ୍ରାମର ସୁଦର୍ଶନ ଭୋଳଙ୍କର ବୁଧବାର ରାତି ୯ଟାରେ ପ୍ରାଣବାୟୁ ଉଡ଼ିଯାଇଛି । ସୂଚନାଯୋଗ୍ୟ କି ଗତ ୨୫ ତାରିଖରେ ଟାଙ୍ଗୀ ବନାଂଚଳ ଓଳସିଂହ ପଂଚାୟତ ଡ଼ମଣଭୂମି ଗ୍ରାମର ସୁଦର୍ଶନ ଭୋଳ( ୫୬)ଙ୍କୁ ଏକ ଦନ୍ତା ହାତୀ ତାର ଦାନ୍ତରେ ଆକ୍ରମଣ କରିଥିଲା । ଫଳରେ ସୁଦର୍ଶନଙ୍କ ଛାତି ପିଂଜରାରେ ଗୁରୁତର ଆଘାତ ଲାଗିବାରୁ ତାଙ୍କୁ ୧୧ ଦିନ ହେବ ଭୁବନେଶ୍ୱର ଏମ୍ସ ମେଡ଼ିକାଲରେ ଚିକିତ୍ସା କରାଯାଉଥିଲା । ବୁଧବାର ରାତି ୯ଟାବେଳେ ତାଙ୍କର ଚିକତ୍ିସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ପୋଲିସ ଶବକୁ ଜବତ କରି ବ୍ୟବଛେଦ କରିବା ପରେ ଆଜି ସନ୍ଧ୍ୟାରେ ଗ୍ରାମ ଶ୍ମାଶନରେ ଦାହ କରାଯାଇଥିଲା । ବନ ବିଭାଗ ତରଫରୁ ସୁଦର୍ଶନଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ବାବଦକୁ ପ୍ରଥମେ ୪୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିବାବେଳେ ଆଉ ବାକି ୩ଲକ୍ଷ ୬୦ ହଜାର ଟଙ୍କା କାଗଜପତ୍ର କାମ ସରିଲେ ତୁରନ୍ତ ମିଳିବ ବୋଲି ଜଣାପଡ଼ିଛି । ସେହିପରି ଗ୍ରାମବାସୀଙ୍କ ଦାବି ମୁତାବକ ତାଙ୍କ ପରିବାରର ଜଣକୁ ଗଜବନ୍ଧୁ ଯୋଜନାରେ ବନ ବିଭାଗରେ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ମିଳିଥିବା ଶୁଣିବାକୁ ମିଳୁଛି । ଏହି ନରହନ୍ତା ହାତୀର ଆକ୍ରମଣରେ ରାମେଶ୍ୱର ପଂଚାୟତ ଖଜୁରୀପଡ଼ାର ସୈାରିନ ବିବି, ଟାେଙ୍କାଳ ପଂଚାୟତର ବାଉରୀବନ୍ଧୁ ସ୍ୱାଇଁ ମୃତ୍ୟୁବରଣ କରିଥିବାବେଳେ ଗତକାଲି ଡ଼ମଣଭୂମିର ସୁଦର୍ଶନ ମୃତ୍ୟୁକୁ ନେଇ ଏହି ନରହନ୍ତା ହାତୀ ବନ ବିଭାଗର ଚିନ୍ତା ବଢାଇଦେଇଛି । ଖବର ଲେଖାବେଳକୁ ହାତୀଟି ନିରାକାରପୁର ଚିତ୍ରକୂଟ ମୁଣ୍ଡିଆ ପାଦଦେଶରେ ଥିବା ସୂଚନା ମିଳିଛି । ତେଣୁ ବନ ବିଭାଗ ଦ୍ୱାରା ମାଇକରେ ପ୍ରଚାର କରାଯାଇ ରାଉଳହଜ, ଚିତ୍ରକୂଟ ବିହାର ଓ କାଶୀପୁର ଲୋକମାନଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.