ସାଲେପୁର,୦୪/୦୨/୨୦୨୧ଓଡିଶାସମାଚାର/ଅଭୟ ଜେନା):ଆଜି ସନ୍ଧ୍ୟାରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୮୭ ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମଧୁସୂଦନ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଜନ୍ମମାଟି ସତ୍ୟଭାମାପୁର ପ୍ରଶାନ୍ତ କୁମାର ରାଉତ ଙ୍କ ସଭାପତିତ୍ୱ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ସୂଚନାପ୍ରଯୁକ୍ତି କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗଦେଇ ମଧୁବାବୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତ ସାଂସଦ ତଥା ବିଶିଷ୍ଟ ସାହିତ୍ୟିକ ପ୍ରସନ୍ନ ପାଟଶାଣୀ ଯୋଗ ଦେଇ ମଧୁବାବୁ ଙ୍କ ସ୍ମୃତି ଆଜିବି ପ୍ରତ୍ୟେକ ଓଡ଼ିଆ ଙ୍କ ପ୍ରାଣରେ ଉଜିତ ବୋଲି ମତବ୍ୟକ୍ତ କରିଥିଲେ। ସମାନିତ ଅତିଥିଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇଥିଲେ। ଓଡ଼ିଶା ସମାଚାର