Tuesday , March 21 2023
Breaking News
Home / ବିଶେଷ / ବ୍ଳକ ସ୍ତରୀୟ ପଡ଼ୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ତଥା ବର୍ଷାଜଳ ସଂରକ୍ଷଣ ସମ୍ପର୍କୀତ କର୍ମଶାଳା ଉଦଘାଟିତ

ବ୍ଳକ ସ୍ତରୀୟ ପଡ଼ୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ତଥା ବର୍ଷାଜଳ ସଂରକ୍ଷଣ ସମ୍ପର୍କୀତ କର୍ମଶାଳା ଉଦଘାଟିତ

 ଭୁବନ,୦୪/୦୨/୨୦୨୧ (ଓଡ଼ିଶା ସମାଚାର)-ସ୍ଥାନୀୟ ଭୁବନ ବ୍ଳକ ସଭାଗୃହରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଜଗବନ୍ଧୁ ଜରାଶ୍ରମ, ନେହେରୁ ଯୁବ କେନ୍ଦ୍ର, ଢ଼େଙ୍କାନାଳଙ୍କ ପ୍ରୋତ୍ସାହନରେ ଏକ ବ୍ଳକସ୍ତରୀୟ ପଡ଼ୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ତଥା ବର୍ଷା ଜଳ ସଂରକ୍ଷଣ ସମ୍ପର୍କୀତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉପସ୍ଥିତ ସମ୍ମାନୀତ ଅତିଥି ଭୁବନ ବ୍ଲକ ବି.ଡ଼ି.ଓ ଆର୍ଶୀବାଦ ପରିଡ଼ା, ମୁଖ୍ୟ ଅତିଥି ଚେୟାରମ୍ୟାନ ବରାଳ ବାବୁ, ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀଯୁକ୍ତ ଶ୍ରୀଧର ବେହେରା, ଆୟୁଷ ଡାକ୍ତର ଶ୍ୟାମସୁନ୍ଦର ଦ୍ୱିବେଦୀ ଉପସ୍ଥିତ ଶତାଧିକ ଯୁବକ ଯୁବତୀ ମାନଙ୍କୁ ସୁସ୍ଥସମାଜ ଗଠନ ଦିଗରେ ଆଜିର ଯୁବକ ଯୁବତୀ ଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଯୁବ ନେତୃତ୍ୱ ବୃଦ୍ଧି ପାଇଁ ବିଡ଼ିଓ ପରାମର୍ଶ ଦେଇଥିଲେ । ଯୁବ ନେତୃତ୍ୱ ତଥା ସମାଜ ବିକାଶ ଦିଗରେ ଯୁବକମାନେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ସମ୍ପର୍କରେ ଜାଣି ଆଗକୁ ଯାଇ ଏକ ସୁସ୍ଥ ସମାଜ ଗଠନ କରିବାକୁ ନିରନ୍ତର ଉଦ୍ୟମ କରିବା ଦରକାର । ଆଜିର ଯୁବଗୋଷ୍ଠୀ ଏକ ସୂସ୍ଥ ସମାଜ ଗଠନ ପାଇଁ ନିଜକୁ ସମର୍ପିତ କରି ଏକ ଦେଶ ଗଠନର ବ୍ରତୀ ହେବା ଦରକାର । ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବକ ଯୁବତୀ ଭୁବନ ବ୍ଳକର ବିଭିନ୍ନ ପଂଚାୟତରୁ ଉପସ୍ଥିତ ଥିଲେ । ତାହା ସହିତ ବର୍ଷାଜଳକୁ ସଂରକ୍ଷଣ କିପରି ଭାବେ ବିନିଯୋଗ କରାଯାଇପାରିବ ସେ ସମ୍ବନ୍ଧରେ ବିସ୍ତ୍ରୁତ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.