Saturday , May 28 2022
Breaking News
Home / ସ୍ୱାସ୍ଥ୍ୟ / ବିଶ୍ୱ କର୍କଟ ଦିବସରେ ଶୋଭଯାତ୍ରା

ବିଶ୍ୱ କର୍କଟ ଦିବସରେ ଶୋଭଯାତ୍ରା

ଭୁବନେଶ୍ୱର, ୦୪/୦୨/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟ ସମାଜ ମଙ୍ଗଳ ହୁଣ୍ଡି ପରିବାର ଓ ସାମାଜିକ ଯୁବ ସଂଗଠନ ମିଳିତ ଆନୁକୂଲ୍ୟରେ ଏକ ଶୋଭାଯାତ୍ରା ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ନିଶାମୁକ୍ତ ଭାରତ ଗଠନ ଦିଗରେ ଆଜିର ଯୁବପିଢି ନିଜକୁ ସାମିଲ କରନ୍ତୁ ଓ ନିଶାଦ୍ରବ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ, ଏହି ସ୍ଲୋଗାନ ଦିଆଯାଇଥିଲା । ଏହି ଶୋଭାଯାତ୍ରାରେ ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ତଥା ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ବାପୁ ଓଝାଙ୍କ ଅଧ୍ୟକ୍ଷତା କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମଟରଯାନ ନିରୀକ୍ଷକ ଶ୍ରୀଯୁକ୍ତ ବି ମୁରୁଲୀଧର, ବିଶିଷ୍ଟ ଯୁବ ସମାଜସେବୀ ନିରଞ୍ଜନ ମାର୍ଥା, ରୋହିତ କୁମାର ନାୟକ, ରାଜ୍ୟ ସମାଜ ମଙ୍ଗଳ ହୁଣ୍ଡି ପରିବାରର ସଂଯୋଜକ ରକ୍ତଦାତା ତନ୍ମୟ ସାମନ୍ତରାୟ, ସମାଜସେବୀ ମହାସଂଘ ମୁଖପାତ୍ର ପ୍ରସନ୍ନ, ସଂଗଠନର ସମ୍ପାଦକ ରଞ୍ଜନ ବରାଡ଼, କୋଷାଧ୍ୟକ୍ଷ ସିଲୁ ମହାପାତ୍ର, ସଭ୍ୟ ଶିବ ପ୍ରସାଦ ସେଣ, ରଜନୀକାନ୍ତ ବେହେରା, ନାରାୟଣ ସାହୁ, ରିତାଞ୍ଜଳୀ ବଡ଼ଜେନା, ସନ୍ତୋଷ କୁମାର ପାତ୍ର, ପ୍ରଭାତ, ପପୁ, ସରୋଜ ପ୍ରମୁଖ ଯୋଗ ଦେଇଥିଲେ । ସାମାଜିକ ଯୁବ ସଂଗଠନର ସଭାପତି ଯୁବ ସମାଜସେବୀ ଚିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାତ୍ର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ୩ ଜଣ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *