Tuesday , March 28 2023
Home / ଶିକ୍ଷା / ପାରାଦ୍ୱୀପ ମହାବିଦ୍ୟାଳୟ ଓ ପୋର୍ଟ ହାଇସ୍କୁଲ ଏନସିସି ପକ୍ଷରୁ କ୍ୟାନ୍ସର ସଚେତନତା ରାଲି

ପାରାଦ୍ୱୀପ ମହାବିଦ୍ୟାଳୟ ଓ ପୋର୍ଟ ହାଇସ୍କୁଲ ଏନସିସି ପକ୍ଷରୁ କ୍ୟାନ୍ସର ସଚେତନତା ରାଲି

ପାରାଦ୍ୱୀପ ୦୪/୦୨/୨୦୨୧(ଓଡ଼ିଶା ସମାଚାର)-ପାରାଦ୍ୱୀପ ମହାବିଦ୍ୟାଳୟ ଏବଂ ପୋର୍ଟ ଟ୍ରଷ୍ଟ ହାଇସ୍କୁଲ ର ଏନସିସି କ୍ୟାଡେଟ୍ ମାନଙ୍କୁ ନେଇ ଏକ କ୍ୟାନ୍ସର ସଚେତନତା ରାଲି ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏନସିସି ଅଫିସର ଲେପ୍ଟନାଂଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର ଓ ପୋର୍ଟ ଟ୍ରଷ୍ଟ ହାଇସ୍କୁଲ ର ଏନସିସି ଅଫିସର ପ୍ରଦୀପ କୁମାର ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି ରାଲିରେ କ୍ୟାନ୍ସର ରୋଗର ଦୂରୀକରଣ ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ରାଲି ପାରାଦ୍ୱୀପ ମହାବିଦ୍ୟାଳୟରୁ ବାହାରି ପୋର୍ଟ ଟ୍ରଷ୍ଟ ହାଇସ୍କୁଲ ଅତିକ୍ରମ କରି ମଧୁବନ ଓ ବଡପଡିଆ ଅଂଚଳ ପରିକ୍ରମା କରି ସଚେତନତା ବାର୍ତା ପ୍ରଚାର କରିଥିଲା । ଏଥିରେ ପାରାଦ୍ୱୀପ ମହାବିଦ୍ୟାଳୟର ୪୦ଜଣ କ୍ୟାଡେଟ୍ ଓ ପୋର୍ଟଟ୍ରଷ୍ଟ ହାଇସ୍କୁଲ ର ୨୦ଜଣ କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.