ପାରାଦୀପ,୦୪/୦୨/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜୁଡୋ ଆସୋସିଏସନ୍ ପକ୍ଷରୁ ୫ଦିନ ଧରି ଚାଲିଥିବା ଜୁଡୋ ପ୍ରତିଯୋଗିତା ପାରାଦୀପ ଗୋପବନ୍ଧୁ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲାର ୧୦୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ପାରାଦୀପର ବାଲିଝରା ଓ ବାଉରିଆପାଳନ୍ଦା ବସ୍ତିର ୩୮ଜଣ ବାଳିକା ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ତଥା ସାମ୍ବାଦିକା ଶ୍ରୀମତୀ ସବିତା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜୁଡୋ ପ୍ରଶିକ୍ଷିକା ଲୋପାମୁଦ୍ରା ପତି ପରିଚାଳନା କରିଥିବା ବେଳେ ଆସୋସିଏସନ୍ ର ସଦସ୍ୟ/ସଦସ୍ୟାମାନେ ଏଥିରେ ସହଯୋଗ କରିଥିଲେ । ତେବେ ଏହି ପ୍ରତିଯୋଗିତାରେ କୃତୀ ଖେଳାଳୀମାନେ ଆନ୍ତଃ ଜିଲ୍ଲା ପ୍ରତିଯୋଗିତାରେ ଭାଗ ନେବେ ଏବଂ ସେଥିରେ କୃତୀ ପ୍ରତିଯୋଗୀ ମାନେ ରାଜ୍ୟ ତରଫରୁ ଜାତୀୟ ଜୁଡୋ ପ୍ରତିଯୋଗିତାରେ ଭାଗ ନେବେ । ଆଗକୁ ଗ୍ରାମାଂଚଳରେ ଝିଅମାନଙ୍କୁ ଜୁଡୋ ଶିଖାଇବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଶିକ୍ଷିକା ଲୋପାମୁଦ୍ରା ପତି । ସମାଜରେ ନାରୀଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଦୃଷ୍ଟିରୁ ସବୁ ଝିଅ ଜୁଡୋ ତାଲିମ୍ ନେବା ଆବଶ୍ୟକ ବୋଲି ଉଭୟ ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷିକା ଲୋପାମୁଦ୍ରା ପତି କହିଛନ୍ତି । ତେବେ ଲୋପାମୁଦ୍ରାଙ୍କ ଏପରି ଉଦ୍ୟମକୁ ସହଯୋଗ କରିଛି ପିପିଏଲ୍ ସିଏସ୍ଆର ଓ ସ୍ୱେଚ୍ଛାସେବୀ ସଂଗଠନ “ସୋଚ୍” । ଓଡ଼ିଶା ସମାଚାର