ତାରପୁର, ୦୪/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଚିକିଣିଆସ୍ଥିତ ତାରପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଦୁର୍ନିତୀ ଅଭିଯୋଗରେ ସମିତିର ସମ୍ପାଦକ ସନ୍ତୋଷ କୁମାର ଜେନା ନିଲମ୍ବିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଏହି ମଣ୍ଡିର ଚାଷୀମାନେ ସମିତିର ଡ଼ିଇଓ ବିଜୟ କୁମାର ଦାସଙ୍କ ବିରୁଦ୍ଧରେ ଧାନମଣ୍ଡି ପଂଜିକରଣରେ ଦୁର୍ନିତୀର କରିବା, ଚାଷୀମାନଙ୍କୁ ଟୁକନ ନଦେବା,ଅଖା ବାବାଦ ଟଙ୍କା ନଦେବା ଧାନ ମଣ୍ଡି ପଂଜିକରଣ ସମୟରେ ଚାଷୀଙ୍କ ଜମା ଖାତା ନମ୍ବର ଭୁଲ କରିବାରୁ ସେମାନେ ଦୀର୍ଘ ଦିନ ଧରି ପଇସା ପାଇପାରୁନଥିବା , ନିଜ ଇଛା ଅନୁସାରେ ଚାଷୀମାନଙ୍କୁ ଧାନ ମଣ୍ଡିକୁ ଆଣିବା ପାଇଁ କହିବା , ଜମି ନଥିବା ଚାଷୀମାନଙ୍କ ନାମରେ ଟୁକନ କରି ବେପାରୀଙ୍କ ଧାନ ବିକ୍ରୟ କରିବା ଆଦି ଅଭିଯୋଗ ଜଗତସିଂହପୁର ଏଆରସିଏସ ଙ୍କ ନିକଟରେ ଚାଷୀମାନେ ଲିଖିତ ଭାବେ କରିଥିଲେ । ଏହି ଅଭିଯୋଗକୁ ଭିତିକରି ଏଆରସିଏସ ପ୍ରତିଭା ପଟ୍ଟନାୟକ ଉକ୍ତ ମଣ୍ଡିକୁ ତଦନ୍ତ କରିବା ପାଇଁ ଦୁଇ ଜଣ ଅଧିକାରୀଙ୍କୁ ପଠାଇ ତଦନ୍ତ କରିବାରୁ ସମିତିରେ ବହୁ ଅନୀୟମିତତା ନଜରକୁ ଆସିଥିଲା । ଏବଂ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏଆରସିଏସ ସମ୍ପୃକ୍ତ ସମିତିର ସମ୍ପାଦକ ସନ୍ତୋଷ କୁମାର ଜେନାଙ୍କୁ ନିଲମ୍ବିତ କରିଥିବାବେଳେ ଗୁଆଳିପୁର ସମ୍ପାଦକ ବିରଂଚି ନାରାୟଣ ମହାନ୍ତିଙ୍କୁ ଉକ୍ତ ଧାନମଣ୍ଡି ଚଳାଇବା ପାଇଁ ଦାୟିତ୍ୱ ଦେଇଛନ୍ତି । ତେବେ ଏହି ଧାନ ମଣ୍ଡିର ଡ଼ିଇଓ ବିଜୟ କୁମାର ଦାସ ସମସ୍ତ ଅନିୟମିତତାର ମୂଳ ହୋଇଥିବାବେଳେ ତାଙ୍କୁ କାହିଁକି ଦଣ୍ଡବିଧାନ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଛି । ଓଡ଼ିଶା ସମାଚାର