Saturday , April 1 2023
Breaking News
Home / ବିଶେଷ / କୁଳବୃଦ୍ଧ ମଧୁସୂଦନ ଙ୍କ ଆଜି ୮୭ତମ  ଶ୍ରାଦ୍ଧ ବାର୍ଷିକ, ଚଳଚଞ୍ଚଳ   ଜନ୍ମ ପୀଠ ସତ୍ୟଭମାପୁର 

କୁଳବୃଦ୍ଧ ମଧୁସୂଦନ ଙ୍କ ଆଜି ୮୭ତମ  ଶ୍ରାଦ୍ଧ ବାର୍ଷିକ, ଚଳଚଞ୍ଚଳ   ଜନ୍ମ ପୀଠ ସତ୍ୟଭମାପୁର 

ସାଲେପୁର ୦୪/୦୨/୨୦୨୦(ଓଡ଼ିଶା ସମାଚାର/ଅଭୟ ଜେନା) – ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଆଜି ହେଉଛି ୮୭ ତମ ଶ୍ରାଦ୍ଧ ବାର୍ଷିକ। କଟକ ଜିଲ୍ଲା ସଲେପୁର ବ୍ଲକ ଅନ୍ତର୍ଗତ ସତ୍ୟଭାମପୁର ଗ୍ରାମରେ ୧୮୪୮ମସିହା ଏପ୍ରିଲ ୨୮ ତାରିଖରେ ମଧୁବାବୁ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଙ୍କ ନାମ ଥିଲା ଚୌଧୁରୀ ରଘୁନାଥ ଦାସ ଓ ମାତା ଙ୍କ ନାମ ପାର୍ବତୀ ଦେବୀ। ସେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ। ମଧୁ ବାବୁ ଙ୍କ ପାଠପଢା ଗାଁ ଚାଟଶାଳୀ ରୁ ଆରମ୍ଭ ହୋଇଥିଲା। ତାପରେ କଲିକତା ବିଶ୍ୱବିଦ୍ୟାଳୟ ରେ ସେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ଓଡ଼ିଶାର ଲୋକ ମାନଙ୍କୁ ଖୁବ ଭଲପାଉଥିଲେ । ଓଡ଼ିଆ ଜାତି ଓ ଓଡ଼ିଆ ଭାଷା କୁ ସ୍ଵତନ୍ତ୍ର ମର୍ଯ୍ୟାଦା ପ୍ରଦାନ ନିମନ୍ତେ ତାଙ୍କର ଥିଲା ଅଦମ୍ୟ ପ୍ରଚେଷ୍ଟା ।ମଧୁ ବାବୁ ଥିଲେ ପ୍ରଥମ ବାରିଷ୍ଟର ଓ ପ୍ରଥମ ବିଲତ ଯାତ୍ରୀ। ଓଡିଶା ର ଲୋକ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ରେ ସତତ ଚେଷ୍ଟିତ ଥିଲେ। ଆଜି ବି ମନେପଡେ ତାଙ୍କର ହୃଦୟସ୍ପର୍ଶୀ କବିତା  ପଂକ୍ତି  ଜାତିନନ୍ଦି ଘୋଷ ଚଳିବକି ଭାଇ ,ସ୍ୱାର୍ଥ କୁ ସାରଥୀ କଲେ ,ଚଳେ କିରେ  ଗାଡି ଦାନାର ତୋବଡା ଘୋଡା ମୁହେଁ ବନ୍ଧା ଥିଲେ। ପ୍ରତିଟି ଓଡ଼ିଆ ପ୍ରାଣରେ ସ୍ପଦନ ସୃଷ୍ଟି କରିଥାଏ। ବହୁ ମଧୁ ପ୍ରେମି ସାହିତ୍ୟିକ ଓ  ସଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ସମେତ ଶିକ୍ଷକ ଓ ଅଧ୍ୟାପକ  ଙ୍କ ସମେତ ବୁଦ୍ଧିଜୀବୀ ଆଜିଜନ୍ମ ମାଟି ସତ୍ୟଭାମାପୁର ରେ ତାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଜି ଜନ୍ମପୀଠରେ ମଧୁସ୍ମୃତିକମିଟି ପକ୍ଷରୁ ତାଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ କମିଟିର ସଭାପତି ବାସୁଦେବ ରାଉତ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଅକ୍ଷୟ କୁମାର ଦାଶ, ବରିଷ୍ଠ କବି ନିସିକାନ୍ତ ମିଶ୍ର,ସମ୍ମାନିତ ଅତିଥିଭାବେ ଧୀରେନ୍ଦ୍ର ବିଶ୍ୱାଳ,ସୁଜିତାଭ ଶତପଥି ପ୍ରମୁଖ ଯୋଗଦେଇଥିବା ବେଳେ ବିଶ୍ୱରଂଜନ ସାହୁ ଓ ନିରୂପମା ସାମଲ ସଭାପରିଚାଳନା କରିଥିଲେ। ତଥାପି ଆଜିର ଦିବସ ପ୍ରତ୍ୟକ ଓଡ଼ିଆ ଙ୍କ ପ୍ରାଣରେ ଅତିତ  ସ୍ମୃତି କୁ ଜାଗ୍ରତ କରୁଛି। ଓଡ଼ିଶା ସମାଚାର

Leave a Reply

Your email address will not be published.