Sunday , April 2 2023
Breaking News
Home / କୃଷି / କାଳିମୁଣ୍ଡି ପରେ ଏକେ ଚିନାବାଦାମ ଚଷ ରେ ଜଳ ସଙ୍କଟ – ଫଳ କମିବା ଆଶଙ୍କା

କାଳିମୁଣ୍ଡି ପରେ ଏକେ ଚିନାବାଦାମ ଚଷ ରେ ଜଳ ସଙ୍କଟ – ଫଳ କମିବା ଆଶଙ୍କା

ଗରଦପୁର, ୦୪/୦୨/୨୦୨୧ (ଓଡ଼ିଶା ସମାଚାର)-ଚଳିତ ବର୍ଷ ଚିନାବାଦାମ ଚାଷ କରିଥିବା ଚାଷୀମାନେ ବାରମ୍ବାର ଦୈବି ଦୁର୍ବିପାକର ସମ୍ମୁଖୀନ ହେଉଥିବା ଯୋଗୁଁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଚାଷ ଆରମ୍ଭରୁ ସରକାରୀ ଚିନାବାଦାମ ବିହନକୁ ଚାହିଁ ଚାହିଁ ଚାଷୀ ଜମିରୁ ପାଗ ବାହାରିଯିବାର ଆଶଙ୍କା କରି ଶେଷରେ  ଅଧିକ ଦାମ୍ ରେ ବାହାର ବଜାରରୁ ଚିନାବାଦାମ ବିହନ କ୍ରୟ କରି ଜମିରେ ଲଗାଇଥିଲେ । ମାତ୍ର ଚିନାବାଦାମ ଗଛରେ କାଳିମୁଣ୍ଡି ରୋଗ ପୋକ ଆକ୍ରମଣ କରିଥିବାରୁ ରାଜ୍ୟ କୃଷି ବିଭାଗରୁ ଏକ ସ୍ୱତନ୍ତ୍ର କୃଷି ବିଶେଷଜ୍ଞ ଦଳ ପାଯକୁରା ଅଂଚଳକୁ ଆସି କ୍ଷେତ୍ର ପରିଦର୍ଶନ କରିବା ସହିତ ଚାଷୀମାନଙ୍କୁ କୀଟନାଶକ ଔଷଧ ପ୍ରୟୋଗ କରିବା ପାଇଁ ପରାମର୍ଶ  ଦେଇଥିଲେ । ପରବର୍ତୀ ସମୟରେ ଗରଦପୁର ବ୍ଲକ କୃଷି ବିଭାଗ ପକ୍ଷରୁ ରିହାତି ଦାମ୍ରେ ଚାଷୀମାନଙ୍କୁ କୀଟନାଶକ ଔଷଧ ଯୋଗାଇ ଦିଆଯାଇଥିଲା । ଏହି କୀଟନାଶକ ଔଷଧ ବ୍ୟବହାର କରିବା ଫଳରେ କେତେକ ଜମିରେ ଚିନାବାଦାମ ଗଛରେ ପତ୍ର କଅଁଳିଥିବାର ଦେଖାଯାଇଛି । ମାତ୍ର ଏବେ କେତେକ ଚିନାବାଦମ ଗଛରେ ଫୁଲ ଧରିଥିବାରୁ ଜଳ ସଙ୍କଟ ଦେଖାଯାଇଛି ।

ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର, ପାଖଡ, ବେଡାରୀ ଓ ପାଟକୁରା ଆଦି ପଂଚାୟତରେ ଚିନାବାଦାମ ଚାଷ ଏକ ପ୍ରମୁଖ ଅର୍ଥକାରୀ ଫସଲ ହୋଇଥିବାରୁ ଏହି ଅଂଚଳର ଚାଷୀମାନେ ଚିନାବାଦାମ ଚାଷ କରିବା ପାଇଁ ଅଧିକ ତତ୍ପରତା ପ୍ରକାଶ କରିଥାଆନ୍ତି । ପାଟକୁରା ଅଂଚଳର ଏହି ସବୁ ପଂଚାୟତମାନଙ୍କରେ ଚିନାବାଦାମ ଏକ ପ୍ରମୁଖ ଅର୍ଥକାରୀ ଫସଲ ଭାବରେ ବହୁଳ ପରିମାଣରେ ଚାଷ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ଚିନାବାଦାମ ଗଛରେ ରୋଗ ପୋକ ଆକ୍ରମଣ କରିବା ପରେ ଗଛଗୁଡିକ ରୁଗ୍ଣ ହୋଇଯାଇଥିଲା । ଏବେ କାଳିମୁଣ୍ଡି ରୋଗ ପୋକ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଗଛଗୁଡିକରେ ପତ୍ର କଅଁଳିବା ଆରମ୍ଭ କରିଛି । ଅନେକ ଚିନାବଦାମ ଗଛରେ ଏବେ ଫୁଲ ଧରିଲାଣି । ଦୀର୍ଘ ମାସ ହେଲା ବର୍ଷା ଛାଡି ଯାଇଥିବାରୁ ମାଟି ଏକ ପ୍ରକାର ଶୁଷ୍କ ହୋଇଯାଇଥିବାରୁ ଚିନାବାଦାମ ଗଛରେ ଫୁଲ ହୋଇଥିଲେ ମଧ୍ୟ ଫଳ ଉତ୍ପାଦନର ପରିମାଣ ହ୍ରାସ ପାଇବା ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଚିନାବାଦାମ ଗଛରେ ଫୁଲ ଧରିବା ସମୟରେ ମାଟି ଓଦା ରହିଲେ ଫଳ ଅଧିକ ପରିମାଣରେ ହୁଏ ବୋଲି ଚାଷୀମାନେ କହିଛନ୍ତି । ଅଧିକ ଦିନ ଖରା ଲାଗି ରହିଲେ ଆବଶ୍ୟକ ରହିଥିବା କେତେକ ଚିନାବାଦାମ ଚାଷ ଜମିରେ ପାଣି ଦିଆଯିବ ବୋଲି କେତେକ ଚାଷୀମାନେ ପ୍ରକାଶ କରିଛନ୍ତି । ମଟାଳ ଥିବା ମାଟିରେ  ପାଣିର ପରିମାଣ କମ୍ ଆବଶ୍ୟକ ହୋଇଥିବାବେଳେ,ବାଲିଆ ମାଟି ଓ ନଦୀ ପଠାରେ ଚାଷ କରାଯାଇଥିବା ବାଲିଆ ମାଟିରେ ଲଗାଯାଇଥିବା ଚିନାବାଦାମ ଗଛରେ ପାଣି ଦିଆଯିବା ଜରୁରୀ ବୋଲି ବରିଷ୍ଠ ଚାଷୀମାନେ ପ୍ରକାଶ କରିଛନ୍ତି । ଜଳସେଚନ ସୁବିଧା ରହିଥିବା କେତେକ ସ୍ଥାନ ଓ ନଦୀପଠାରେ ଚିନାବାଦାମ ଚାଷ କରାଯାଇଥିବା କେତେକ ଚାଷ ଜମିରେ ଚାଷୀମାନେ ଡିଜେଲ ପମ୍ପ ଲଗାଇ ପାଣି ଉଠାଇ ଜମିରେ ପାଣି ସିନ କରୁଥିବାର ଦେଖାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.