Thursday , March 23 2023
Home / କ୍ରୀଡ଼ା / ଅରଡାସାହିରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ

ଅରଡାସାହିରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ

କେନ୍ଦ୍ରାପଡା, ୦୪/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ଅରଡାସାହିରେ ତ୍ରିପୁରା ଭଲିବଲ ଏକାଡେମୀ ଆନୁକୁଲ୍ୟରେ ଏକ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଶ୍ରୀଚରଣ ସାମଲ, ପ୍ରତାପ କୁମାର ନାୟକ ଓ ଉମାକାନ୍ତ ପତି ଅତିଥି ଭାବେ ଯୋଗଦେଇ ଏହି ମଣ୍ଡଳ ସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟକୁ ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ଅନେକ ବଛା ବଛା ଟିମ ଅଂଶଗ୍ରହଣ କରି ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିବା ବେଳେ ଫାଇନାଲ ମ୍ୟାଚରେ କେନ୍ଦ୍ରାପଡା ଓ ସାଲେପୁର ଟିମ ମଧ୍ୟରେ ଏକ ଚିତାକର୍ଷକ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରାପଡା ଟିମ ଚମ୍ପିୟନ ହୋଇଥିବା ବେଳେ ସାଲେପୁର ଟିମ ରନର୍ସଅପ ହୋଇଥିଲା । ଏହି ଉପଲକ୍ଷେ ଫକିର ଚରଣ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷାବୀତ ଭଜକୃଷ୍ଣ ରାଉତ, ମେଜର ଭରତ ଚନ୍ଦ୍ର ଜେନା ଓ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସାହୁ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ମ୍ୟାଚ କୁ ଉମାକାନ୍ତ କର, ପ୍ରଫୁଲ୍ଲ କୁମାର ପ୍ରଧାନ, ସ୍ୱସ୍ତିସ୍ମିତା ପଣ୍ଡା ଓ ମନୋଜ ସାହୁ ପରିଚାଳନା କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ଓ କୁରୁଜଙ୍ଗା ମହିଳା ଭଲିବଲ ଟିମ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.