Monday , March 27 2023
Breaking News
Home / ବିଶେଷ / ଅମର ଶହୀଦ୍ ବଗାପୂଜାରୀଙ୍କ ୭୯ତମ ଆତ୍ମବଳିଦାନ ଦିବସ

ଅମର ଶହୀଦ୍ ବଗାପୂଜାରୀଙ୍କ ୭୯ତମ ଆତ୍ମବଳିଦାନ ଦିବସ

ଭୁବନେଶ୍ୱର,୦୪/୦୨/୨୦୨୧ (ଓଡ଼ିଶା ସମାଚାର)- ଆଗାମୀ ୧୧ତାରିଖ ଦିନ ୧୧ଟା ସମୟରେ ଉମରକୋଟ ନିକଟସ୍ଥ ବଡଭରଣ୍ଡି ଗ୍ରାମ ଠାରେ ଅମର ଶହୀଦ ବଗାପୂଜାରୀଙ୍କର ୭୯ତମ ଆତ୍ମ ବଳିଦାନ ଦିବସ ପାଳନ କରାଯିବ । ୧୯୪୨ମସିହା ଭାରତଛାଡ ଆନ୍ଦୋଳନରେ କୋରାପୁଟ ଜେଲରେ ଫେବୃୟାରୀ ୧୧ତାରିଖ ଦିନ ବି୍ରଟିଶ ସରକାରଙ୍କର ନିର୍ଯ୍ୟାତନାରେ ଶହୀଦ ହେଲେ । ନବରଙ୍ଗପୁର ମାଟିର ସେ ହେଲେ ପ୍ରଥମ ଶହୀଦ୍ ।

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ତାଙ୍କର ଆତ୍ମବଳିଦାନ ଦିବସ ପାଳନ କରାଯିବ । ତେଣୁ ଉକ୍ତ ଉତ୍ସବରେ ଯୋଦେଇ ସେହି ମହାନ୍ ଶହୀଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା କୁ ଆବାହକ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପରମା ପୂଜାରୀ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.