Saturday , April 1 2023
Breaking News
Home / ବିଶେଷ / ଶ୍ୟାମସୁନ୍ଦରପୁର ପଂଚାୟତରେ ମଡେଲ ଅଙ୍ଗନୱାଡି କେନ୍ଦ୍ର, ଆମ ଗାଁ ପାଠାଗାର ଉଦଘାଟିତ ଓ ମିନି ଷ୍ଟାଡିୟମର ଭିତିପ୍ରସ୍ତର ସ୍ଥାପନ

ଶ୍ୟାମସୁନ୍ଦରପୁର ପଂଚାୟତରେ ମଡେଲ ଅଙ୍ଗନୱାଡି କେନ୍ଦ୍ର, ଆମ ଗାଁ ପାଠାଗାର ଉଦଘାଟିତ ଓ ମିନି ଷ୍ଟାଡିୟମର ଭିତିପ୍ରସ୍ତର ସ୍ଥାପନ

କେନ୍ଦ୍ରାପଡା,୦୩/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତରେ ମଡେଲ ଅଙ୍ଗନୱାଡି କେନ୍ଦ୍ର ଓ ଆମ ଗାଁ ପାଠାଗାରର ଶୁଭ ଉଦଘାଟନ ହୋଇଥିବା ବେଳେ ଏକ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ଭିତିପ୍ରସ୍ଥର ସ୍ଥାପନ କରାଯାଇଛି । ଏହି ଅବସରରେ ପଂଚାୟତର ସରପଂଚ ପୁଷ୍ପଲତା ସେନାପତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଓ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପଂଚାୟତର ଦୁତିଆଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମଡେଲ ଅଙ୍ଗନୱାଡି କେନ୍ଦ୍ର ଏବଂ ସେହି ବିଦ୍ୟାଳୟ ସନ୍ନିକଟରେ ଆମ ଗାଁ ପାଠାଗାରର ଶୁଭ ଉଦଘାଟନ କରିଥିବା ବେଳେ ଶ୍ୟାମସୁନ୍ଦରପୁର ଗ୍ରାମର ପଂଚାୟତ କଲ୍ୟାଣ ମଣ୍ଡପ ନିକଟରେ ଏକ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ସରପଂଚ ଶ୍ରୀମତୀ ସେନାପତିଙ୍କ ଉଦ୍ୟମରେ ପୂର୍ବରୁ ସେହି ପଂଚାୟତରେ ପଂଚାୟତ ଭବନ, ମାର୍କେଟ କମ୍ପ୍ଲେକ୍ସ, ପାର୍କ, କଲ୍ୟାଣ ମଣ୍ଡପ ଓ ଅଙ୍ଗନୱାଡି କେନ୍ଦ୍ର ଗୃହ ପ୍ରଭୃତି ପ୍ରାୟ ଦେଢ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବ୍ୟୟ ଅଟ୍ଟକଳରେ ନିର୍ମାଣ କରାଯାଇ ଉଦଘାଟିତ ହୋଇସାରିଛି । ଏବେ ପାଠାଗାର ୪ଲକ୍ଷ ଟଙ୍କାରେ, ମଡେଲ ଅଙ୍ଗନଫ୍ୱାଡି କେନ୍ଦ୍ର ୧ଲକ୍ଷରୁ ଉଦ୍ଧ୍ୱର୍, ଦୁତିଆଳ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ଘର ଓ ଡାଇନିଂ ହଲ ୭ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ବେଳେ ମିନି ଷ୍ଟାଡିୟମଟି ୧୦ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳରେ ନିର୍ମିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଯୁବନେତା ବିଦୁ୍ୟତ କୁମାର ସେନାପତି, କେନ୍ଦ୍ରାପଡା ସିଡିପିଓ କବିତା ନାୟକ, ଶାରଦା ପ୍ରସନ୍ନ ରାଉତ, ଚିତରଞ୍ଜନ ଦାସ, ଦେବାଶିଷ ନନ୍ଦ, ମନୋଜ ଦାସ, ଦୀପକ ଲେଙ୍କା, ପଙ୍କଜ ଦାସ, ବାବୁ ସ୍ୱାଇଁ, ନୃସିଂହ ଦାସ, ଟିଟନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.