Tuesday , March 21 2023
Breaking News
Home / ବିଶେଷ / ଶିକ୍ଷା ଆଲୋକ ବିତରଣର ସ୍ତମ୍ଭ ହିଁ ଶିକ୍ଷାନୁଷ୍ଠାନ – ୬୨ତମ ସ୍ମାରକୀ ସମାବେଶରେ ପ୍ରତିଷ୍ଠାତା ସ୍ୱର୍ଗତ କ୍ଷେତ୍ରବାସୀଙ୍କୁ ଶ୍ରଦ୍ଧାସୁମନ

ଶିକ୍ଷା ଆଲୋକ ବିତରଣର ସ୍ତମ୍ଭ ହିଁ ଶିକ୍ଷାନୁଷ୍ଠାନ – ୬୨ତମ ସ୍ମାରକୀ ସମାବେଶରେ ପ୍ରତିଷ୍ଠାତା ସ୍ୱର୍ଗତ କ୍ଷେତ୍ରବାସୀଙ୍କୁ ଶ୍ରଦ୍ଧାସୁମନ

ନିରାକାରପୁର,୦୩/୦୨/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରଣୀ ମହାବିଦ୍ୟାଳୟ କ୍ଷେତ୍ରବାସୀ ଡ଼ିଏଭି କଲେଜର ୬୨ତମ ସ୍ମାରକୀ ଦିବସ ଓ ଅନୁଷ୍ଠାନର ପ୍ରତିଷ୍ଠାତା କ୍ଷେତ୍ରବାସୀ ରାଉରାୟଙ୍କ ୧୨୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଉତ୍ସବରେ ମହାବିଦ୍ୟାଳୟର  ପରିଚାଳନା ସମିତି ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ, ପ୍ରତିଷ୍ଠାତାଙ୍କ ଅଣନାତି ସମାଜସେବୀ ଶାନ୍ତୁନ ରାଉତରାୟ ଅତିଥିଭାବେ ଯୋଗଦେଇ ଶିକ୍ଷାୟତନକୁ ଜ୍ଞାନ ବିତରଣର ସ୍ତମ୍ଭ ବୋଲି ଅଭିହିତ କରିବା ସହ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ସମନ୍ୱୟରେ ଶିକ୍ଷାକୁ ଲୋକାଭିମୁଖୀ କରାଯାଇ ପାରିବ ବୋଲି ମତପୋଷଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ଅଧ୍ୟାପକ ଚନ୍ଦନ ମିଶ୍ରଙ୍କ କବିତା ପାଠରୁ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଇତିହାସ ବିଭାଗ ମୁଖ୍ୟ ଡ଼. ପ୍ରତିଭାମୟୀ ମିତ୍ର କ୍ଷେତ୍ରବାସୀ ରାଉତରାୟଙ୍କ ତ୍ୟାଗ ଓ ବଳିଦାନ ଆଧାରିତ ଜୀବନୀ ଉପରେ ଆଲୋକପାତ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଅଧ୍ୟକ୍ଷ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଅଧ୍ୟାପକ ଡ଼. ମୃତ୍ୟୁଞ୍ଜୟ ରଥ ସ୍ୱାଗତ ଭାଷଣ ଦେବା ସହ ମଂଚ ସଂଯୋଜନା କରିଥିଲେ । ମହାବିଦ୍ୟାଳୟରେ ପଚିଶି ବର୍ଷ ଅଧ୍ୟାପନା ଜୀବନ ଅତିକ୍ରମ କରିଥିବା ବାଣିଜ୍ୟ ବିଭାଗ  ମୁଖ୍ୟ ଚନ୍ଦନ କୁମାର ମିଶ୍ର, ଇତିହାସ ଅଧ୍ୟାପକ ବିକାଶ କୁମାର ଦାଶ ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ଡ଼. ପ୍ରଭାତ କୁମାର ଦାଶଙ୍କୁ ଅତିଥି ସମ୍ବର୍ଦ୍ଧନା ଜଣାଇଥିଲେ । ଜୟନ୍ତୀ କମିଟି ଆବାହକ ଡ଼. ପ୍ରଫୁଲ କୁମାର ଷଢଙ୍ଗୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଧ୍ୟାପକ ଡ଼. ଜୟନ୍ତ ବାନାର୍ଜୀ , ଅଧ୍ୟାପକ ସୈାରଭ ମହାପାତ୍ର,ପୁର୍ଣ୍ୟଦର୍ଶନ ସାହୁ, ଅଶୋକ କୁମାର ପାତ୍ର ଓ ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.