Monday , March 27 2023
Breaking News
Home / ବିଶେଷ / ଶାରିରୀକ ଅସୁସ୍ଥ +୩ଛାତ୍ରଙ୍କୁ ସହାୟତାର ହାତ ବଢାଇଲେ ପୂର୍ବତନ ବିଧାୟକ 

ଶାରିରୀକ ଅସୁସ୍ଥ +୩ଛାତ୍ରଙ୍କୁ ସହାୟତାର ହାତ ବଢାଇଲେ ପୂର୍ବତନ ବିଧାୟକ 

କେନ୍ଦ୍ରାପଡା, ୦୩/୦୨/୨୦୨୧ (ଓଡ଼ିଶା ସମାଚାର)- ଜନୈକ ଯୁକ୍ତ୩ କଲେଜ ଛାତ୍ର ଶାରିରୀକ ଭାବେ ଅସୁସ୍ଥ ହୋଇପଡିଥିବା ବେଳେ ଏବଂ ସରକାରୀ ସହାୟତାରୁ ବଂଚିତ ହୋଇଥିବା  ଏହି ଛାତ୍ରଙ୍କୁ ସହାୟତାର ହାତ ବଢାଇଛନ୍ତି ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଂଚାୟତର କଚେରିପଡା ଗ୍ରାମର ଦିନମଜୁରିଆ ଶତୃଘନ ଜେନାଙ୍କ ପୁଅ ତଥା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା ଦ୍ୱିତୀୟବର୍ଷ ଓଡିଆ ସମ୍ମାନର ଛାତ୍ର ଦୀପକ କୁମାର ଜେନାଙ୍କର ହଠାତ ୮ମାସ ତଳେ ସ୍ପାଇନାଲ ପ୍ରୋବଲେମ ହେବାରୁ ତାଙ୍କୁ ଭୂବନେଶ୍ୱରସ୍ଥିତ କେୟାର ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ଅସ୍ତ୍ରେ୍ରାପ୍ରଚାର କରାଯିବା ସମୟରେ ଭୁଲ ବଶତଃ ଏକ ଶୀରା କଟିଯାଇଥିଲା ବୋଲି ଅଭିଯୋଗ ହୋଇଛି । ଫଳରେ ଦୀପକ ଛିଡା ହେବା ସମ୍ଭବ ହେଉନି । ସେ ବିଛଣାରେ ପଡିରହିବା ସହ ଭିଷଣ ଯନ୍ତ୍ରଣା ପାଉଥିବାରୁ ଦୀପକ ଜୀବନ ହରାଇଦେବାକୁ କହୁଛନ୍ତି । ଜିଲ୍ଲା ପ୍ରଶାସନକୁ ଏସମ୍ପର୍କରେ ଜଣାଇବା ପରେବି ତାଙ୍କୁ କୈାଣସି ସରକାରୀ ସହାୟତା ମିଳିପାରିନାହିଁ  । ଜଣେ ଗରିବ ମେଧାବୀ ଛାତ୍ରଙ୍କ ଜୀବନ ଏବେ ବିପଦରେ ପଡିଛି । ଏସମ୍ପର୍କରେ ଖବରପାଇ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଶ୍ରୀ ତରାଇ ଛାତ୍ରଙ୍କ ଘରେ ପହଁଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ  ଡାକ୍ତରଙ୍କ ସହ ତାଙ୍କ ବିଷୟରେ କଥା ହେବା ପରେ ଦୀପକଙ୍କ ଚିକିସôା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା କିଭଳି ମିଳିପାରିବ ତାହାର ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି । ବିଧାୟକ ଶ୍ରୀ ତରାଇଙ୍କ ସହିତ ପୂର୍ବତନ କାଉନସିଲର ସୁରେଶ ଚନ୍ଦ୍ର ମର୍ଦ୍ଧରାଜ, ପ୍ରଜ୍ଞାପରମିତା ମର୍ଦ୍ଧରାଜ ପ୍ରମୁଖ ଦୀପକଙ୍କ ଘରକୁ ଯାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.