Saturday , April 1 2023
Breaking News
Home / ବିଶେଷ / ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ସ୍ୱର୍ଗତ କୈଳାସ ସାରଙ୍କ ଶ୍ରଦ୍ଧାଂଜଳୀ ସଭା 

ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ସ୍ୱର୍ଗତ କୈଳାସ ସାରଙ୍କ ଶ୍ରଦ୍ଧାଂଜଳୀ ସଭା 

ରଘୁନାଥପୁର,୦୩/୦୨/୨୦୨୧ (ଓଡ଼ିଶା ସମାଚାର)- କୈଳାସ ସାରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶିକ୍ଷକ ସମାଜକୁ ଗଣଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଧେଶକ ଡଃ ବିଶ୍ୱଜିତ୍ ଘୋଷ ଆହ୍ୱାନ ଦେଇଛନ୍ତି । ପ୍ରକାଶ ଥାଉକି, ରଘୁନାଥପୁର ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ସ୍ୱର୍ଗତ କୈଳାସ ଚନ୍ଦ୍ର ଦାସଙ୍କର ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୂଖ୍ୟ ଅତିଥି ଭାବେ ଗଣ ଶିକ୍ଷାବିଭାଗ ଯୁଗ୍ମ ନିର୍ଦ୍ଧେଶକ ଡଃ ଘୋଷ କହିଲେ ଯେ, ଆଦର୍ଶ ଶିକ୍ଷକ, ଆଦର୍ଶ ପ୍ରଶାସକ ଓ ଜିଲ୍ଲାର ଜଣେ ଦକ୍ଷ ଶିକ୍ଷକ ନେତା ଥିଲେ ବୋଲି କହିଥିଲେ । ଏହିପରିପ୍ରେକ୍ଷିରେ କୈଳାସ ଦାସ ସ୍ମୃତି ଉପଲକ୍ଷେ ଏକ ସ୍ମରଣୀକାକୁ ଡଃ ଘୋଷ ଉନ୍ମୋଚନ କରିଥିଲେ । ଏଥିରେ ଶିକ୍ଷାବିତ୍ ଡଃ ସୁଧାକର ଦାସ ପୌରୋହିତ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିକ୍ଷକ ନେତା ଜୟପ୍ରକାଶ ପଣ୍ଡା, ଅକ୍ଷୟ କୁମାର ମିଶ୍ର, ଶିକ୍ଷାବିତ୍ ଶଦାଶିବ ବିଶ୍ୱାଳ, ଶିକ୍ଷାବିତ୍ ନାରାୟଣ ପରିଡା, ଜିଲ୍ଲା ଶିକ୍ଷକ ନେତା ନିର୍ମଳେନ୍ଦୁ ଷୋମ, ଦୋଳଗୋବିନ୍ଦ ଦାସ, ବନମାଳି ମହାରଣା, ଶିକ୍ଷାବିତ୍ ଶୁରେଶ ଚନ୍ଦ୍ର ରାଉତ, ଶିକ୍ଷାବିତ୍ ଜଦୁନାଥ ଜେନା, ହୃଦାନନ୍ଦ ପାଲ, ଗୋବିନ୍ଦ ଚନ୍ଦ୍ର ସାମଲ, ରମେଶ ଚନ୍ଦ୍ର ପରିଡା, ବରଦା ପ୍ରଶନ୍ନ ନାୟକ, କୃଷ୍ଣ ଚନ୍ଦ୍ର ବାରିକ, ଝଙ୍କଡ ସାହିତ୍ୟ ସଂସଦର ସଂପାଦକ ଗୋଲେଖ ପଲେଇ, ଶ୍ରୀଧର ମହାରଣା, ମାଗୁଣି ଚରଣ ଜେନା, ଅକ୍ଷୟ କୁମାର କୁଣ୍ଡୁ,କ୍ଷିରୋଦ ଦାସ, ନିମାଇଁ ଚୌଧୁରୀ, ଶିକ୍ଷକ ସୁନାକର ମହାନ୍ତି, ଚିତରଂଜନ ଦାସ ପ୍ରମୁଖ ଯୋଗଦେଇ କୈଲାସ ସାରଙ୍କର ଜିବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ନିମ୍ନ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଦାସ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦୁର୍ଗା ଦାସ ପରିଚାଳନା କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.