Monday , March 20 2023
Breaking News
Home / ବିଶେଷ / ଭୂତକୋଠି ପାଲଟିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର 

ଭୂତକୋଠି ପାଲଟିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର 

ରଘୁନାଥପୁର,୦୩/୦୨/୨୦୨୧ (ଓଡ଼ିଶା ସମାଚାର)- ପୂର୍ତ ବିଭାଗ ଫକିରପଡ଼ା ସବଡ଼ିଭିଜନ୍ କଟକ ପାରାଦୀପ ରାଜରାସ୍ତା ର ଜଇପୁର ନିକଟରେ ଦେଢ଼କୋଟି ଟଙ୍କା ବ୍ୟୟ କରାଯାଇ ନିର୍ମାଣ କରାଯାଇଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବେ ଭୂତ କୋଠିରେ ପରିଣତ ହୋଇଛି । କଟକ ପାରାଦୀପ ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନଙ୍କ ସୁବିଧା ପାଇଁ ଏହାକୁ ମଡ଼େଲ ଭାବେ ଗ୍ରହଣ କରାଯାଇ ୨୦୧୬ ମସିହାରେ ନିର୍ମାଣ କରାଯାଇଥିଲା ।  ଏଠାରେ ଯାତ୍ରୀମାନଙ୍କ ପାଇଁ ଶୌଚାଳୟ, ଚା ଓ କଫି ଷ୍ଟଲ, ସ୍ନାକ୍ସ, ଭିନ୍ନକ୍ଷମ ମାନଙ୍କ ପାଇଁ ଶୌଚାଳୟ ର ସୁବିଧା ଥାଇ ଛୋଟ ବଡ଼ ଗାଡ଼ି ପାର୍କିଂ ଓ ପିଲାମାନଙ୍କ ପାଇଁ ପାର୍କର ସୁବିଧା କରାଯାଇଛି । ଏହାର ରକ୍ଷଣାବେକ୍ଷଣ ପିଏସଆଇଟିଏଲ ନାମକ ସଂସ୍ଥା ଗ୍ରହଣ କରିଥିଲାବେଳେ ଏଠାରେ ୬ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।  ତେବେ ଏଠାରେ ଏପର୍ଯ୍ୟନ୍ତ କୌଣସି ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇନାହିଁ । ଏଠାକାର କର୍ମଚାରୀମାନେ ଠିକ ଭାବେ ଦରମା ପାଉନଥିବାରୁ ସେମାନେ ମଧ୍ୟ ତାଙ୍କ କର୍ତବ୍ୟ କରୁନାହାନ୍ତି । ଫଳରେ ଦିନକୁ ଦିନ ଏହା ଭୂତ କୋଠିରେ ପରିଣତ ହେବା ସହ ସନ୍ଧ୍ୟା ହେଲେ ଏଠାରେ ମଦ୍ୟପ ମାନଙ୍କର ଆଖଡ଼ା ଜମୁଛି । ବିଶୃଂଖଳିତ ଯୁବକମାନେ ଏଠାରେ ନିଶା ସେବନ ସହିତ ନିଶା କାରବାର କରୁଥିବା ଅଭିଯୋଗ ହେଉଛି । ରଘୁନାଥପୁର ପୋଲିସ ପକ୍ଷରୁ ଏହି ରାରସ୍ତାରେ ପେଟ୍ରୋଲିଂ କରାଯାଉଥିଲେ ମଧ୍ୟ ଏହା ସନ୍ତୋଷ ଜନକ ହେଉନାହିଁ । ଫଳରେ ଯେଉଁ ଲକ୍ଷ ନାହିଁ ଏହି କେନ୍ଦ୍ରଟି କରାଯାଇଥିଲା, ତାହା ଫଳପ୍ରଦ ହେଉନାହିଁ । ଏହି କେନ୍ଦ୍ରଟିକୁ ଖାଦ୍ୟ ପାନୀୟ ର ସୁବିଧା କରାଯିବା ସହିତ ମଦ୍ୟପ ଓ ବିଶୃଂଖଳିତ ଲୋକମାନଙ୍କ ଠାରୁ ମୁକ୍ତ କରାଯାଇ ଏହାକୁ ସରସ ସୁନ୍ଦର କରାଯିବାକୁ ଅଂଚଳର ବୁଦ୍ଧିଜୀବୀମାନେ ପୂର୍ତ ବିଭାଗ ସଚିବ, ମନ୍ତ୍ରୀ , ଜଗତସିଂହପୁ ଜିଲାପାଳ ତଥା ରାଜ୍ୟ ସରକାରଙ୍କ ଠାରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.