Saturday , April 1 2023
Breaking News
Home / ବିଶେଷ / ବ୍ଳକ ସ୍ତରୀୟ ପଡ଼ୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ତଥା ବର୍ଷାଜଳ ସଂରକ୍ଷଣ ସମ୍ପର୍କୀତ କର୍ମଶାଳା ଉଦଘାଟିତ

ବ୍ଳକ ସ୍ତରୀୟ ପଡ଼ୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ତଥା ବର୍ଷାଜଳ ସଂରକ୍ଷଣ ସମ୍ପର୍କୀତ କର୍ମଶାଳା ଉଦଘାଟିତ

ଭୁବନ ୦୩/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ବ୍ଳକ ସଭାଗୃହରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଜଗବନ୍ଧୁ ଜରାଶ୍ରମ ’, ନେହୁରୁ ଯୁବ କେନ୍ଦ୍ର, ଢ଼େଙ୍କାନାଳଙ୍କ ପ୍ରୋତ୍ସାହନରେ ଏକ ବ୍ଳକସ୍ତରୀୟ ପଡ଼ୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ତଥା ବର୍ଷା ଜଳ ସଂରକ୍ଷଣ ସମ୍ପର୍କୀତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ  ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ   ବି.ଡ଼ି.ଓ ଆର୍ଶୀବାଦ ପରିଡ଼ା,  ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀଯୁକ୍ତ ଶ୍ରୀଧର ବେହେରା, ଆୟୁଷ ଡାକ୍ତର ଶ୍ୟାମସୁନ୍ଦର ଦ୍ୱିବେଦୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶତାଧିକ ଯୁବକ ଯୁବତୀ ମାନଙ୍କୁ ମାର୍ଗଦର୍ଶନ କରି କହିଥିଲେ ଯେ,ସୁସ୍ଥସମାଜ ଗଠନ ଦିଗରେ ଆଜିର ଯୁବକ ଯୁବତୀ ଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଯୁବ ନେତୃତ୍ୱ ତଥା ସମାଜ ବିକାଶ ଦିଗରେ ଯୁବଗୋଷ୍ଠୀ ସ୍ୱାମୀ ବିବେକାନନ୍ଦଙ୍କ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟକରିବା ଉଚିତ । ଆଜିର ଯୁବଗୋଷ୍ଠୀ ଏକ ସୂସ୍ଥ ସମାଜ ଗଠନ ପାଇଁ ନିଜକୁ ସମର୍ପିତ କରି ଏକ ଦେଶ ଗଠନର ବ୍ରତୀ ହେବା ଦରକାର । ଏହି କାର୍ଯ୍ୟକ୍ରମରେ ଭୁବନ ବ୍ଳକର ବିଭିନ୍ନ ପଚାଂୟତରୁ ଶତାଧିକ ଯୁବକ ଯୁବତୀ ଉପସ୍ଥିତ ଥିଲେ । ତାହା ସହିତ ବର୍ଷାଜଳକୁ ସଂରକ୍ଷଣ କିପରି ଭାବେ ବିନିଯୋଗ କରାଯାଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.