Thursday , March 23 2023
Home / ବିଶେଷ / ବିଶୁଦ୍ଧ ଥଣ୍ଡା ପାନୀୟ ଜଳ କୁ ଲାଗି ବେଆଇନ ଭାବେ ନିର୍ମିତ ଘରକୁ ଉଚ୍ଛେଦ ଦାବି

ବିଶୁଦ୍ଧ ଥଣ୍ଡା ପାନୀୟ ଜଳ କୁ ଲାଗି ବେଆଇନ ଭାବେ ନିର୍ମିତ ଘରକୁ ଉଚ୍ଛେଦ ଦାବି

ଭୁବନ ୦୩/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଟୋଲଙ୍କବେରେଣୀ ମୌଜାଖାତା ନଂ-୩୪୭ ପ୍ଲଟ ନଂ-୭୧୪ ରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କୁ ଲାଗି ବେଆଇନ ଭାବେ ନିର୍ମାଣ ହୋଇଥିବା କଚ୍ଚା ଘରକୁ ଉଚ୍ଛେଦ ପାଇଁ ଦାବି ହୋଇଛି । ସ୍ଥାନୀୟ ଏନଏସି ଓ ତହସିଲ କାର୍ଯ୍ୟାଳୟରେ ବାରମ୍ବାର ଦାବି ଆପତି ଅଭିଯୋଗ କରାଯିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ପରେ ଅଂଚଳବାସୀ କାମାକ୍ଷାନଗର ସ୍ଥିତ ସବଡିଭିଜିନାଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ୧୯/୨୦୧୭ ରେ ଏକ ମିସ୍ କେଶ କରିଥିଲେ । ପରବର୍ତି ସମୟରେ ଏସଡିଏମ ଚିଠି ନଂ-୧୬୫୫ ତା ୨୭.୪.୨୦୧୮ ରେ ଭୁବନ ତହସିଲଦାରଙ୍କୁ ଉଛେଦ ପାଇଁ ଆଦେଶ ଦେଇଥିଲେ । ଭୁବନ ତହସିଲ ପକ୍ଷରୁ ଚିଠି ନଂ-୭୮୮ ତା୦୬.୦୩.୨୦୨୦ ରେ ବେଆଇନ ଭାବେ ଗୃହ ନିର୍ମାଣ କରି ସର୍ବସାଧାରଣଙ୍କ ରାସ୍ତା ଅବରୋଧ କରିଥିବା ମାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ସପ୍ତାହକ ମଧ୍ୟରେ ଜାଗା ଖାଲି କରିବାକୁ ନୋଟିସ ଦିଆଯାଇଥିଲା । କରୋନା ସକାଶେ ବର୍ତମାନ ସୁଦ୍ଧା ଏହି କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇନଥିବା ପୁନଶ୍ଚ ଅଭିଯୋଗ କରି ଅଂଚଳବାସୀ ଯଥାଶୀଘ୍ର ବେଆଇନ ଗୃହକୁ ଉଚ୍ଛେଦ କରାଯିବାକୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.