Sunday , May 29 2022
Home / ରାଜନୀତି / ବିଜେପିର କୁଳିଆ ସାମାବେଶ

ବିଜେପିର କୁଳିଆ ସାମାବେଶ

ସାଲେପୁର,୦୩/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର କୂଳିଆ ଠାରେ ବିଜେପି ପକ୍ଷରୁ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ୟ୍ୟକାରିଣି ସଦସ୍ୟ ସାରଦା ପ୍ରଧାନ ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଆୟୋଜିତ ସମାବେଶ ରେ ପୃଥ୍ୱୀରାଜ ହରିଚନ୍ଦନ,ପ୍ରକାଶ ବେହେରା,ଦିଲୀପ ମାଲିକ,ଯାଜ୍ଞସେନି ଜେନା ପ୍ରମୁଖ ଯୋଗଦେଇଥିଲେ। ତେବେ ସମାବେଶ ରେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ନେତା ଙ୍କୁ ଆମନ୍ତ୍ରିତ କରାଯାଇଥିଲେ ହେଁ ପ୍ରଭାତ କେଶରୀ ମିଶ୍ର ଙ୍କ ଭଳି ବହୁପୁରାତନ ନେତା ଓ କର୍ମୀ ଙ୍କୁ ଡ଼କାଯାଇନଥିବା ଆଲୋଚ୍ୟ ବିଷୟ ହୋଇଛି।ବହୁ ପୁରାତନ ବିଜେପି କର୍ମୀ ଙ୍କୁ ଅଣଦେଖା କରାଯାଇ ନିଜର ଆତ୍ମପ୍ରଚାର ପ୍ରତି ଗୁରୁତ୍ୱ ଦିଆଯାଉଥିବା ଚର୍ଚ୍ଚା ହେଉଛି।ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରାକ୍ତନ ସାଂସଦ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଙ୍କ ନିର୍ବାନମଣ୍ଡଳୀ ହୋଇଥିଲେ ହେଁ ବ୍ୟାନର ଓ ହୋଡିଂ ରେ ତାଙ୍କର ଛବି କିମ୍ବା ନାମ ରହିନଥିବା ରୁ ତାଙ୍କ ସମର୍ଥକ ଙ୍କ ମଧ୍ୟ ରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡିଛି। ତେବେ ଶାରଦା ପ୍ରଧାନ ଙ୍କ ଏହି ସମାବେଶ ବିଜେଡି କୁ ଟକର ଦେବାକୁ ଆୟୋଜିତ ବୋଲି ଅଂଚଳରେ ଆଲୋଚିତ ହେଉଛି । ଓଡ଼ିଶା ସମାଚାର

About admin

Check Also

ଶିବାଜୀ ପଟ୍ଟନାୟକଙ୍କ ପ୍ରତି ସିପିଆଇ(ଏମ୍) ଓଡିଶା ରାଜ୍ୟ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ,୨୩/୦୫/୨୦୨୨( ଓଡ଼ିଶା ସମାଚାର )-ବର୍ଷିୟାନ କମ୍ୟୁନିଷ୍ଟ ନେତା, ସି.ପି.ଆଇ.(ଏମ୍)ର ପୂର୍ବତନ କେନ୍ଦ୍ର କମିଟି ସଭ୍ୟ, ରାଜ୍ୟ କମିଟି ସମ୍ପାଦକ …

Leave a Reply

Your email address will not be published. Required fields are marked *