Tuesday , March 21 2023
Breaking News
Home / ବିଶେଷ / ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

କେନ୍ଦ୍ରାପଡା, ୦୩/୦୨/୨୦୨୧ (ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୩ଟି ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଘରା ପଂଚାୟତର ଘାଘରାଡିହା ଗ୍ରାମର ରମାକାନ୍ତ ତରାଇ, ପଦ୍ମନାଭ ତରାଇ ଓ ଆଶାଲତା ତରାଇଙ୍କ ଭଳି ୩ଟି ଗରିବ ପରିବାରଙ୍କ ବାସଗୃହ ଆକସ୍ମିକ ଅଗ୍ନିକାଣ୍ଡରେ ପୋଡିଯାଇ ପାଉଁଶ ହୋଇଯାଇଥିଲା । ଏସମ୍ପର୍କରେ ଖବରପାଇ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ଓ ସଦସ୍ୟ ଚିତରଞ୍ଜନ ଦାସ ସେଠାରେ ପହଁଚି ବିପନ୍ନ ପରିବାରଙ୍କୁ ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର କମ୍ବଳ, ଶୁଖିଲା ଖାଦ୍ୟ ଚୁଡା ଓ ବିସ୍କୁଟ ପ୍ରଭୃତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିଲ୍ଲିପ କୁମାର ମଲ୍ଲିକ, ଜ୍ୟୋତିରଞ୍ଜନ ପ୍ରଧାନ, ଅଭିଷେକ ବିଶ୍ୱାଳ, ରଞ୍ଜନ ତରାଇ, ସୁରେନ୍ଦ୍ର କୁମାର ତରାଇ, ସନ୍ତୋଷ ପରିଡା, ବାସୁଦେବ ତରାଇ, କରୁଣାକର ମାଝି ଓ ଜଗବନ୍ଧୁ ମାଝି ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.