କଳାହାଣ୍ଡି , ୦୩/୦୨/୨୦୨୧(ଓଡିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ କୁଲିଆ ମୁଣ୍ଡା ଜଙ୍ଗଲ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଜଙ୍ଗଲ ରେ ଶିକାର କରିବାକୁ ଜାଇ ଥିବା ସମୟରେ ଦେଶି ବନ୍ଧୁକରୁ ଗୁଳି ଫୁଟି ଜଣେ ଶିକାରୀ ର ମୃତ୍ୟୁ ହୋଇଛି । ମୃତକ ଜଣକ ସବିଗୁଡା ଗ୍ରାମ ର ସୁରେନ୍ଦ୍ର ରାଉତ ବୋଲି ଜଣା ପଡ଼ିଛି । ପାଂଚ ଜଣ ସାଙ୍ଗ ମାନଙ୍କ ସହ ଶିକାର କରିବା ଉଦେଶ୍ୟ ରେ ଜଙ୍ଗଲ କୁ ଯାଇଥିଲେ। ଏବଂ ଶିକାର କରୁଥିବା ସମୟରେ ସାଥୀ ରେ ନେଇଥିବା ଦେଶି ବନ୍ଧୁକ ରୁ ଗୁଳି ଫୁଟି ଶିକାରି ସୁରେନ୍ଦ୍ର ରାଉତ ଙ୍କ ମୁଣ୍ଡ ରେ ଗୁଳି ବାଜିବା ରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଘଟଣା ସ୍ଥଳରେ ଜୟ ପାଟଣା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଓଡିଶା ସମାଚାର