କେନ୍ଦ୍ରାପଡ଼ା ୦୩/୦୨/୨୦୨୧ (ଓଡ଼ିଶା ସମାଚାର)- ନାବାଳକର ବେକ କାଟି ଦେଇଛନ୍ତି ଅଜଣା ଦୁର୍ବୃତ୍ତ। ଏହି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ସଦରଥାନା ଅଞ୍ଚଳର ଟୁବିହୁଡା ଗ୍ରାମରେ । ଡ଼େରାବିଶ ଥାନା ଅଟାବୁହା ଅଂଚଳର ନାବାଳକଟି ତାର ମାମୁଁ ଘରକୁ ବୁଲିବାକୁ ଯାଇଥିଲା । ତାଙ୍କ ମାମୁଁ ଘର ଟୁବିହୁଡା ଗ୍ରାମରେ । ନାବାଳକ ଜଣକ ଖେଳୁଥିବାବେଳେ କେହି ଦୁର୍ବୃତ ଏଭଳି କାଣ୍ଡ ଘଟାଇଛି ।
ନାବାଳକର ବେକ କାଟିବା ସହ ତାର ହାତ ନଖକୁ ପଥରରେ ଛେଚି ଦେଇଥିଲେ ଦୁର୍ବୃତ୍ତମାନେ। ଗୁରୁତର ଅବସ୍ଥାରେ ତାଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କାହିଁକି ନାବାଳକର ବେକ କାଟିଲେ, ତାହା ଏପର୍ୟ୍ୟନ୍ତ ଜଣାପଡି ନାହିଁ। ସଦର ଥାନା ଅଧିକାରୀ ଓ ଏସଡ଼ିପିଓ ଘଟଣାସ୍ଥଳରେ ପହଂଚିଛନ୍ତି । ଓଡ଼ିଶା ସମାଚାର