Tuesday , March 28 2023
Breaking News
Home / ବିଶେଷ / ନରହନ୍ତା ଗଜରାଜ ଏବେ ଗାଁ ମୁହାଁ : ବନ ବିଭାଗର ନିଦ ହଜାଇଛି

ନରହନ୍ତା ଗଜରାଜ ଏବେ ଗାଁ ମୁହାଁ : ବନ ବିଭାଗର ନିଦ ହଜାଇଛି

ନିରାକାରପୁର, ୦୩/୦୨/୨୦୨୧ (ଓଡ଼ିଶା ସମାଚାର)-ହାତୀ ଓ ମଣିଷର ଲଢେଇ ବର୍ତମାନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ରେ ଏକ ନିତିଦିନିଆ କଥାରେ ପରିଣତ ହେଲଣି । କେତେବେଳେ ହାତୀ ତ ଆଉ କେତେବେଳେ ମଣିଷର ପାଳି ପଡ଼ୁଛି ମୃତ୍ୟୁ ଯନ୍ତାରେ ।ଦୀର୍ଘ ଦିନ ଧରି ଖଜୁରୀପଡ଼ା,ରାମେଶ୍ୱର, ଚିତ୍ରକୂଟ ମୁଣ୍ଡିଆ, ଡ଼ମଣଭୂମି, ଗୟାବନ୍ଧ, ନାଲସିଂହ, କମାଗୁରୁ,ଟାେଙ୍କାଳ ଅଂଚଳରେ ହାତୀପଲ ଏଣେତେଣେ ଖାଦ୍ୟ ଅନେଷ୍ୱଣରେ ଘୁରିବୁଲୁଥିବାବେଳେ ମଣିଷଙ୍କ ବିରୋଧର ଶିକାର ହୋଇ ଉଗ୍ରରୂପ ଧାରଣ କରୁଛନ୍ତି । ଘରଦ୍ୱାର ଭାଙ୍ଗିବା, ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ କରିବା ସହ ମଣିଷଙ୍କୁ ଆକ୍ରମଣ କରିବା କୁ ବନ ବିଭାଗ ଯେତେ ଚେଷ୍ଟା କଲେ ବି ରୋକିବାରେ ବିଫଳ ହେଉଛି । ଗତ କିଛି ଦିନ ହେବ ୨୦/୨୫ ଟି ହାତୀ ବାହାରକୁ ପଳାଇଥିବାବେଳେ ଗୋଟିଏ ଦନ୍ତା ହାତୀ ରହି ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏକା ରହିବା ଦ୍ୱାରା ସେ ଉଗ୍ରହୋଇ ଏଣେତେଣେ ବୁଲି ଲୋକମାନଙ୍କୁ ଆକ୍ରମଣ କରୁଛି । ଜାନୁଆରୀ ୧୭ ତାରିଖରେ ଖଜୁରୀପଡ଼ା ମୁସଲିମ ସାହିର ସୈାଉରିନ ବିବିଙ୍କୁ ଏହି ହାତୀ ଶୁଣ୍ଡରେ କଚାଡ଼ି ମାରିଥିବାବେଳେ ୩୧ ତାରିଖରେ ଟାେଙ୍କାଳ ଗ୍ରାମର ବାଉରିବନ୍ଧୁ ସ୍ୱାଇଁଙ୍କୁ ଦଳିଚକଟି ମାରିଥିଲା । ବର୍ତମାନ ଏହି ନର ହନ୍ତା ଦନ୍ତା ହାତୀଟି ନିରାକାରପୁର ,ଡ଼ିଆ, ଖଜୁରୀପଡ଼ା ଓ ରାମେଶ୍ୱର ଅଂଚଳରେ ବୁଲୁଥିବାବେଳେ ଗତକାଲି ରେଳଧାରଣା ଅତିକ୍ରମ କରି କଣାସ ବ୍ଲକ ଅଂଚଳର ବିଭିନ୍ନ ଗ୍ରାମକୁ ପଳାଇଥିଲା । ବନ ବିଭାଗ ବହୁ କଷ୍ଟ କରି ହାତୀଟିକୁ ଘେଉଡ଼ାଇ ଆଣି ଆସିବାରୁ ଆଜି ଦିନ ୮ଟାରେ କାଶୀପୁଠାରେ ହାତୀଟି ପୁନର୍ବାର ରେଳଧାରଣା ଅତିକ୍ରମ କରି ଯାଇ ଚିତ୍ରକୂଟ ମୁଣ୍ଡିଆକୁ ପଳାଇଛି । ଫଳରେ ବନ ବଭିଗର ନିଦ ହଜିବା ସହ ଅଂଚଳବାସୀଙ୍କ ମନରେ କୋକୁଆଭୟ ସୃଷ୍ଟି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.