ରଘୁନାଥପୁର,୦୩/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତାର ଖଣ୍ଡତରି ନିକଟରେ ଗତ କାଲି ରାତି ୨ଟାରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏମ୍.ଏଚ୍ ୪୬-ଏଚ୍ ୫୭୫୨ ନଂ ଟ୍ରଲରଟିର ପଛପଟେ ଦୃତ ଗତିରେ ଆସି ଓ.ଡି୦୫-ଏ.ଭି ୨୪୧୪ ବୋଲେରୋଟି ଟ୍ରଲର ପଛପଟେ ଧକ୍କାଦେବା ଫଳରେ ବୋଲେରୋଟି ସଂପୂର୍ଣ୍ଣ ଧୁଳିସାତ ହୋଇଯାଇଛି । ଏହି ବୋଲେରୋରେ ଥିବା ୮ ବର୍ଷ ଶିଶୁର ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ୪ଜଣ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଗତକାଲି ରାତି ରେ ଏରସମା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମର ବସନ୍ତ ସ୍ୱାଇଁ ତାଙ୍କର ୨ପୁଅ, ସ୍ତ୍ରୀ ସହ ଓଏମପି ଛକରେ ଛିଡ଼ାଯୋଇଥିବାବେଳେ ଭଡ଼ା କରି ଫେରୁଥିବା ବୋଲେରୋ ଗାଡିରେ ଘରକୁ ଫେରୁଥିଲେ । ପଛପଟୁ ଦ୍ରୁତ ଗତିରେ ଆସି ବୋଲୋରୋଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରଲରଟିକୁ ପଛପଟୁ ଧକ୍କା ଦେବାରୁ ବୋଲେରୋଟି ଚୁନା ହୋଇଯିବା ସହିତ ବୋଲେରୋରେ ଥିବା ବସନ୍ତ ସ୍ୱାଇଁଙ୍କ ସାନ ପୁଅ ସୁଜିତ ସ୍ୱାଇଁ (୮ବର୍ଷ) ଗୁରୁତର ହୋଇଥିଲେ । ତାଙ୍କୁ ସଂଗେ ସଂଗେ ସ୍ଥାନିୟ ଲୋକମାନେ ଜଗତସିଂହପୁର ମେଡିକାଲକୁ ପଠାଇଥିଲେ । ଜଗତସିଂହପୁର ମେଡିକାଲରେ ଡାକ୍ତର ସୁଜିତକୁ ମୃତ ଘୋଷଣା କରିଥିଲେ । ଡ୍ରାଇଭର ସମେତ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି । ଖବର ପାଇ ରଘୁନାଥପୁର ଥାନା ଆଇ.ଆଇ.ସି ଲିଜା ରାଣି ବିଶ୍ୱାଳ, ପୋଲିସ ଏସ୍.ଆଇ ହିତାୟତ ଅହମ୍ମଦ ଓ ପୋଲିସ ଏସ୍.ଆଇ ଗୟସ ମହମ୍ମଦ ଘଟଣା ସ୍ଥଳରେ ପହଂଚି ବୋଲେରୋଟିକୁ ଜବତ କରିବା ସହିତ ଟ୍ରଲରଟିକୁ ପାରାଦ୍ୱୀପରୁ ଜବତ କରି ଏକ ମାମଲା ରୁଜୁ କରି ଟ୍ରଲର ଡ୍ରାଇଭର ମହାରାଷ୍ଟ୍ର ସୋଲାପୁର ଅଂଚଳର ସୌରାଗରକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛନ୍ତି । ମୃତ ସୁଜିତର ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଜିମା ଦିଆଯାଇଛି ବୋଲି ପୋଲିସ ପ୍ରକାଶ କରିଛି । ଓଡ଼ିଶା ସମାଚାର