Monday , March 27 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଏସବିଆଇ ତରଫରୁ ୟୋନୋ  ରେଜିଷ୍ଟ୍ରେସନ ଆରମ୍ଭ

ଏସବିଆଇ ତରଫରୁ ୟୋନୋ  ରେଜିଷ୍ଟ୍ରେସନ ଆରମ୍ଭ

                 ପ୍ରଥମ ଦିନରେ ୩୦୦ ଗ୍ରାହକ ୟୋନୋ ରେଜିଷ୍ଟ୍ରେସନ କଲେ

  ଭୁବନ ୦୩/୦୨/୨୦୨୧ (ଓଡ଼ିଶା ସମାଚାର)- ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନ ଶାଖା ତରଫରୁ ୟୋନୋ କ୍ୟାସ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଶାଖା ପରିଚାଳକ ଦୀପକ କୁମାର ସେନାପତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କର୍ମଚାରୀ ବିଳ୍ପବ ପାଣି, ପ୍ରଜ୍ଞାଜିତ ମହାନ୍ତି, ହୃଷିକେଶ ପ୍ରହରାଜ, ଚିନ୍ମୟୀ ଦାସ, ସୂର୍ଯ୍ୟନାରାୟଣ ବେହେରା , ଶୁଭସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହି  ଗ୍ରାହକ ମାନଙ୍କୁ ୟୋନୋ କ୍ୟାସ ରେଜିଷ୍ଟ୍ରେସନ ର ବିଭିନ୍ନ ଫାଇଦା/ସୁବିଧା ସଂପର୍କରେ ଅବଗତ କରାଇଥିଲେ । ବିଶେଷକରି ବ୍ୟାଙ୍କ ଗହଳିରୁ ମୁକ୍ତି, ଧାଡିରେ ଛିଡାହେବାରୁ ମୁକ୍ତି, ଏଟିମ କାର୍ଡ ଚୋରି କିମ୍ବା ପିନ ବଦଳରୁ ମୁକ୍ତି ତଥା ସମୟ ବଂଚାଇବା ସକାଶେ ୟୋନୋକ୍ୟାସ ରେଜଷ୍ଟ୍ରେସନ ଜରୁରୀ ବୋଲି ଗ୍ରାହକମାନଙ୍କୁ ସୂଚନା ଦିଆଯାଇଥିଲା । ମୁଖ୍ୟତଃ କାର୍ଡ ଲେସ ପାଇଁ ଗ୍ରାହକମାନଙ୍କ ମୋବାଇଲରେ ୟୋନୋ ରେଜଷ୍ଟ୍ରେସନ କରିବାକୁ ପ୍ରବର୍ତାଇଥିଲେ । ଆଜି ପ୍ରଥମ ଦିନରେ ହାରାହାରି ୩ଶହ ଗ୍ରାହକଙ୍କର ୟୋନୋ ରେଜଷ୍ଟ୍ରେସନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.