ସହରାଂଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକ ନିଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ସହରାଂଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକ ନିଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ୍ ପରାମର୍ଶ ଦେଇଛନ୍ତି । ଆଜି ବାଲେଶ୍ୱର ଠାରେ ୪ ଟି ଜିଲ୍ଲା , ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସମସ୍ତ ଏନ୍.ଏ.ସି ଓ ପୈାରପାଳିକା ଗୁଡ଼ିକର କାର୍ଯ୍ୟକର୍ମ ନେଇ ସମିକ୍ଷା କରିଥିଲେ । ପୈାରପରିଷଦର ଅଧିକାରୀ ମାନେ ୫-ଟି ଆଧାରରେ କାର୍ଯ୍ୟସଂପାଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କର୍ତବ୍ୟରେ ଅବହେଳା , ସମୟ ସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ପୁରଣ ନକରିବା ଆଦିକୁ ଗୁରୁତର ସହ ବିଚାରକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମାଥିଭାଥନନ୍ ସର୍ତକ କରେଇଦେଇଛନ୍ତି । ଜାତୀୟ ଗ୍ରୀନ ଟ୍ୟୁବନାଲର ନିୟମ ଅନୁଯାୟୀ ସମସ୍ତ ସହରାଂଚଳରେ ନିଦ୍ଦିଷ୍ଟ ସମୟ ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱଆରୋପ କରିଛନ୍ତି । ଏତ୍ତବ୍ୟତୀତ ଜାଗା ମିଶନ, ମାଇକ୍ରୋ କମ୍ପୋଷ୍ଟିଙ୍ଗ କ୍ଷେତ୍ରକୁ କାର୍ଯ୍ୟକାରୀ କରାଯିବା, ସାମଗ୍ରି ଅସୁଲି ସୁବିଧା ଉପଲବ୍ଧ କରାଯିବା ,ପାନୀୟ ଜଳ ଯୋଗାଣ, ସ୍ମାଟ ଷ୍ଟିଟ୍ ଲାଇଡ଼ ଏବଂ ଜୀବିକା ମିଶନ ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଛି । କାର୍ଯ୍ୟକାରୀ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ , ସୁପରିଚାଳନା ଓ ଧାର୍ଯ୍ୟ ଲକ୍ଷ ହାସଲ କରିବା ଦିଗରେ ବିହିତ ପ୍ରଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ବୈଠକରେ ଆର୍ଥିକ ପରିଚାଳନା ଉପରେ ଗୁରୁତ୍ୱ ଆରୋପ କରାଯାଇ ପୈାରପରିଷଦ ଗୁଡ଼ିକ ନିଜର ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ କରିବା ସାଙ୍ଗକୁ ପ୍ରଦତ ଅର୍ଥର ବିନିଯୋଗ ଓ ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିମଳ ବ୍ୟବସ୍ଥା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।
ବାଲେଶ୍ୱର ଠାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ପୈାର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ, ଅତିରିକ୍ତ ସଚିବ କଲ୍ୟାଣ କୁମାର ରଥ, ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ର ଏବଂ ଉପଶାସନ ସଚିବ ତଥା ସୁଡ଼ାର ଅତିରିକ୍ତ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ସହରାଂଚଳରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚର୍କବତୀ ସ୍ୱାଗତ ଭାସଣ ପ୍ରଦାନ କରିଥିଲେ । ଶେଷରେ ଡ଼ୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ରବିନ୍ଦ୍ର ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ସଂପୃକ୍ତ ୪ ଟି ଜିଲ୍ଲାର ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଜିଲ୍ଲାପ୍ରଶାସନ ଓ ପୈାରପରିଷଦର ପଦାଧିକାରୀମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର