ସାଲେପୁର,୦୨/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):କଟକଜିଲ୍ଲା ସାଲେପୁର ସହରରେ ସରକାରୀ ଜାଗା ବହୁ ପରିମାଣରେ ଜବରଦଖଲ ହେଉଥିବା ବେଳେ ସ୍ଥାୟୀ ବସଷ୍ଟାଣ୍ଡ ଟିଏ ପାଇଁ ସରକାର ଜାଗା ଚିହ୍ନଟ କରି ପାରୁ ନାହାନ୍ତି। ଫଳରେ ଯାତ୍ରି ମାନଙ୍କ ପାଇଁ ବହୁ ସମସ୍ୟା ହେଉଛି। ସାଲେପୁର ମାଆ ସାହେଶ୍ଵରୀଙ୍କ ପ୍ରାଙ୍ଗଣରେ ସାଲେପୁର ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ଆୟୋଜିତ ହୋଇଥିବା ଏକ ବୈଠକରେ ଏଭଳି ଅଭିଯୋଗ ଆଣିଛନ୍ତି ସହରବାସୀ। ଜିଲ୍ଲାର ବହୁ ପୁରାତନ ବିଦ୍ୟାଳୟ ସାଲେପୁର ହାଇସ୍କୁଲର ଏକର ଏକର ଜମି ଏବେ ଜବର ଦଖଲକାରିଙ୍କ କବଳରେ ରହିଛି। ଏ ନେଇ ବହୁବାର ସ୍ଥାନୀୟ ତହସିଲଦାରଙ୍କୁ ଜଣାଇଥିଲେ ହେଁ ମାପଚୁପ ହେଉନାହିଁ । ଅନ୍ୟପଟେ ସହରରର ଏକ ସ୍ଥାୟୀ ବସଷ୍ଟାଣ୍ଡ ପାଇଁ ଏଯାବତ ଜାଗା ଚିହ୍ନଟ ହୋଇ ପାରୁ ନ ଥିବାରୁ ଧୀରେ ଧୀରେ ସହରବାସୀଙ୍କ ଭିତରେ ଅସନ୍ତୋଷ ବଢ଼ୁଥିବାର କୁହାଯାଇଛି। ତେବେ ଏ ସବୁ ସମସ୍ୟା ନେଇ ସାଲେପୁର ତହସିଲଦାରଙ୍କୁ ଲିଖିତଭାବେ ଜଣା ଯାଇଛି ବୋଲି ଅଭିଯୋଗ ହେଉଛି। ସାଲେପୁର ସହରରେ ଶୌଚାଳୟ ନଥିବାରୁ ବାହାରୁ ଆସୁଥିବା ଲୋକମାନେ ବହୁତ ଅସୁବିଧା ଭୋଗୁଛନ୍ତି। ସେଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି। ଓଡିଶା ସମାଚାର