ନିରାକାରପୁର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫାର୍ମ ହାଉସ ପରିସରରେ ରାମେଶ୍ୱର ହାଇସ୍କୁଲର ୧୯୮୨ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଯାଇଛି । ଏହ ଅବସରରେ ଅନଷ୍ଠିତ ସଭାରେ ଇଂ ବିଶ୍ୱ ମୋହନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ଅବସରପ୍ରାପ୍ତ ଗୁରୁ ବୀରବର ରଥ ଓ ଅନ୍ୟାନ୍ୟ ସମ୍ମାନୀତ ଅତିଥିମାନେ ଯୋଗଦେଇ ଏହି ପୁରାତନ ଛାତ୍ରଛାତ୍ରୀମାନଙ୍କ କାର୍ଯ୍ୟକଳାପ ଓ ଗୁରୁସମ୍ମାନରେ ଅତ୍ୟନ୍ତ ଖୁସି ହୋଇ ପ୍ରଶାଂସା କରିଥିଲେ । ଯିଏ ଯେଉଁ ସ୍ତରରେ ଥିଲେ ବି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହ ଅସୁବିଧାରେ ପଡ଼ିଥିବା ସହପାଠୀମାନଙ୍କୁ ମିଳିତଭାବେ ସହଯୋଗର ହାତ ବଢାଇବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା ଶିକ୍ଷକମାନଙ୍କୁ ଉପଢୈାକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ନ୍ଧିିତ କରାଯାଇଥିଲା ।ପରେ ସମସ୍ତ ସହପାଠୀ ଏକାଠି ବସି ଆୟୋଜିତ ହୋଇଥିବା ଭୋଜି ଖାଇବାର ମଜ୍ଜା ଉଠାଇ ଅତୀତର ସ୍ମୃତିକୁ ମନେପକାଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ୟାଚର ଛାତ୍ର ସରପ ପ୍ରମୋଦ କୁମାର ତ୍ରିପାଠୀ, ବ୍ୟୋମକେଶ ରଥ,ଲକ୍ଷ୍ମଣ ପ୍ରଧାନ, କେଶବ ତ୍ରିପାଠୀ, ଜଗଦ୍ଧୀଶ ପ୍ରସାଦ ପାତ୍ର, ବିଭୁ ପ୍ରସାଦ ପାତ୍ର, ବଂଶିଧର ବିଶୋଇ,ବୀଣାପାଣି ଷଢଙ୍ଗୀ,ରିଲି ଦାସ ଓ ନିରଞ୍ଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର