Wednesday , March 29 2023
Home / ସ୍ୱାସ୍ଥ୍ୟ / ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ସ୍କୁଲରେ ଜାତୀୟ ପଲସ୍ ପୋଲିଓ ଦିବସ – ୨୦୨୧

ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ସ୍କୁଲରେ ଜାତୀୟ ପଲସ୍ ପୋଲିଓ ଦିବସ – ୨୦୨୧

ନିରାକାରପୁର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)-ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରକୃତି ବିହାର ଦ୍ୱାରା ଜାତୀୟ ପଲସ୍ ପୋଲିଓ ଦିବସ- ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରା କଲେଜ ପରିସରରୁ ବାହାରି କମାଗୁରୁ ଗ୍ରାମର କାମନା ଚଉରା ସାହି, ବ୍ରଜ ବିହାରି ସାହି, ଦକ୍ଷିଣ ସାହି, ଦଳ ବେହେରା ସାହି, ବଜାର ପ୍ରଭୃତି ପରିକ୍ରମା କରିଥିଲା । ଏହି ପଦଯାତ୍ରାରେ ବ୍ୟାନର, ଫ୍ଲାଗକାର୍ଡ, ସ୍ଲୋଗାନ ଦେଇ ସଚେତନତା କରାଯାଇଥିଲା । ଏହି ପଦଯାତ୍ରାକୁ ଅଧ୍ୟକ୍ଷ କ୍ରାନ୍ତିଦ୍ରଷ୍ଟା ସୁଧାଂଶୁ ଶେଖର ମହାନ୍ତି ମହାବିଦ୍ୟାଳୟର ସବୁଜ ପତାକା ଦେଖାଇ ଶୁଭ ଉଦ୍ଧଘାଟନ୍ କରିଥିବା ବେଳେ, ଅଧ୍ୟାପିକା ଡ. ରେଣୁବାଳା ସାମନ୍ତରାୟ, ସତ୍ୟନାରାୟଣ ମହାପାତ୍ର, ରତ୍ନାକର ମହାପାତ୍ର, ଚିତରଂଜନ ସାହୁ, ସସ୍ମିତା ସାହୁ, ସୁଦେସ୍ନା ସାମନ୍ତରାୟ, ହିମାଂଶୁ ଭୂଷଣ ଜମ୍ପତିରାୟ, ଅଭିରାମ ପଣ୍ଡା, ଆଲୋକ କୁମାର ମଙ୍ଗରାଜ, ବାସୁଦେବ ପାଲଟାସିଂହ, ରାଜ କିଶୋର ମହାନ୍ତି, ଅନନ୍ତ ବିହାରୀ ଦାସ ପ୍ରଭୃତି ପଦଯାତ୍ରାରେ ସାମିଲ ହୋଇ ସହଯୋଗ କରିଥିବାବେଳେ କ୍ରୀଡା ଶିକ୍ଷକ ସମୀର କୁମାର ରାଉତରାୟ ପଦଯାତ୍ରା ପରିଚାଳନା କରିଥିଲେ । ପରିଶେଷରେ ଜଗନ୍ନାଥ ଦାସ ଭବନ ପରିଶେଷରେ ଏକ ଆଲୋଚନା ଚକ୍ର ଅଧ୍ୟକ୍ଷ କ୍ରାନ୍ତିଦ୍ରଷ୍ଟା ସୁଧାଂଶୁ ଶେଖର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଥିଲା । ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର, ଅଧ୍ୟାପିକା ସସ୍ମିତା ସାହୁ, ଅଧ୍ୟାପକ ଅଭିରାମ ପଣ୍ଡା ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ଅଧ୍ୟାପିକା ସୁଦେସ୍ନା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.