ଭୁବନେଶ୍ୱର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ଉଚ୍ଚଶିକ୍ଷାବିଭାଗ ପକ୍ଷରୁ ରାଜ୍ୟର ତିନୋଟି ନୂଆ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । କଟକ ମଧୁସୂଦନ ଆଇନ ୍ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ବଲାଙ୍ଗୀରରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଏହି ବିଜ୍ଞପ୍ତି ପ୍ରକାଶପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଏଥିପାଇଁ ଫେବୃଆରି୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଏଥିପାଇଁ ଜଣେ ପ୍ରାର୍ଥୀଙ୍କର ବୟସ ୬୩ ବର୍ଷରୁ କମ୍ ହେବା ସହିତ ପ୍ରଫେସର ଭାବେ ୧୦ ବର୍ଷର ଅଭିଜ୍ଞତା ରହିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି । ତିନୋଟି ବିଶ୍ୱବିଦ୍ୟାଳୟ ପାଇଁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବା ପରେ ସେମାନଙ୍କୁ ସର୍ଟଲିଷ୍ଟ କରି ସାକ୍ଷାତକାର ପାଇଁ ଡକାଯିବ । ଏହି ସମୟରେ ଏକ ତିନିଜଣିଆ କମିଟି ସେମାନଙ୍କ ସାକ୍ଷାତକାର ନେବେ । ଏହାପରେ କମିଟି ଦ୍ୱାରା ପ୍ରସ୍ତାବିତ ହୋଇଥିବା ନାଁ ଭିତରୁ ରାଜ୍ୟର ରାଜ୍ୟପାଳ ଶେଷ ନାଁ ଚୟନ କରିବେ । ଏହାପରେ ତାଙ୍କୁ ୪ ବର୍ଷ ପାଇଁ ଗୋଟିଏ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯିବ । ଏନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର