Monday , March 27 2023
Breaking News
Home / ବିଶେଷ / ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଏକ ନକଲି ମୃଦୁ ପାନୀୟ କାରଖାନା ଠାବ

ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଏକ ନକଲି ମୃଦୁ ପାନୀୟ କାରଖାନା ଠାବ

ଭୁବନେଶ୍ୱର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ଆଜି ରାଜଧାନୀ ଉପକଂଠ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଏକ ନକଲି ମୃଦୁ ପାନୀୟ କାରଖାନା ଠାବ ହୋଇଛି । ବର୍ତମାନ ପୋଲିସ ଉକ୍ତ କାରଖାନାରେ ଚଢାଉ ଜାରି ରଖିଛି । ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନା ଚାଲିଥିବା ନେଇ ଅଭିଯୋଗ ହେବା ପରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ସ୍ବତନ୍ତ୍ର ଟିମ୍ ସମ୍ପୃକ୍ତ ନକଲି ମୃଦୁ ପାନୀୟ ପ୍ରସ୍ତୁତ ହେଉଥିବା କାରଖାନା ଉପରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି ସାମଗ୍ରୀ ଠାବ ହୋଇଛି ।
ତେବେ ସବୁଠୁ ଆଶ୍ଚର୍ୟ୍ୟର ବିଷୟ ଯେ ଏକ ଫର୍ଣ୍ଣିଚର କାରଖାନା ଭିତରେ ଏହି ନକଲି ମୃଦୁ ପାନୀୟ ପ୍ରସ୍ତୁତି କରାଯାଉଥିଲା । ତେବେ ଏହି ମୃଦ୍ୟୁ ପାନୀୟ ପ୍ରସ୍ତୁତ ପାଇଁ ଜାଲ କାଗଜାତ ଦେଇ ଲାଇସେନ୍ସ ହାସଲ କରାଯାଇଥିଲା ବୋଲି ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.