Thursday , March 23 2023
Home / ଶିକ୍ଷା / ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନମେଳା   

ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନମେଳା   

ତାରପୁର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ମାନବ ସମାଜର କଲ୍ୟାଣ ପାଇଁ ବିଜ୍ଞାନକୁ ବ୍ୟବହାର କରିବା ଆବଶ୍ୟକ ବୋଲି ଜଗତ୍ସିଂହପୁର ଜିଲ୍ଲାର ମାର୍କଣ୍ଡପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବନିର୍ମିତ ପରିଜା ବିଜ୍ଞାନଗାରକୁ ଜଗତ୍ସିଂହପୁର ଜିଲ୍ଲାପାଳ ସଂଗ୍ରାମ କେସରୀ ମହାପାତ୍ର ଉଦ୍ଘାଟନ କରି ଏହା କହିଥିଲେ । ଶ୍ରୀ ମହାପାତ୍ର ଆହୁରୀ କହିଲେ ଯେ, ଛାତ୍ରଛାତ୍ରୀ ମାନେ ଭାରତର ବିଶିଷ୍ଟ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଦେଶର ଶ୍ରେଷ୍ଟ ବୈଜ୍ଞାନକ ହୋଇ ପାରିବେ ବୋଲି କହିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜଗତ୍ସିଂହପୁର ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ବିଜ୍ଞାନ ବିନା ମାନବ ସଭ୍ୟତାର ବିକାଶ ଅସମ୍ଭବ ଏବଂ ମାନବ ସମାଜର କଲ୍ୟାଣ ପାଇଁ ବିଜ୍ଞାନକୁ ବିନିଯୋଗ କରିବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନ୍ଜୀବି ଦୋଳଗୋବିନ୍ଦ ଦାଶ ଯୋଗଦେଇ ବିଜ୍ଞାନ ଦ୍ୱାରା ମାନବ ସମାଜର ସମସ୍ତ କିଛି ବିକାଶ ଘଟିଛି । ମନୁଷ୍ୟ ଆଜି ଚନ୍ଦ୍ର ଲୋକରେ ପହଂଚି ପାରିଛି ଏବଂ ସମଗ୍ର ବିଶ୍ୱର ଖବର ଗୋଟିଏ ସେକେଣ୍ଡରେ ପାଇ ପାରୁଛି ବୋଲି କହିଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପୂର୍ବତନ ବିଜ୍ଞାନ ପରିଦର୍ଶକ ସୁବାସ ଚନ୍ଦ୍ର ରାଉତ ପୌରହିତ୍ୟ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଜୁକ୍ତା ତ୍ରିପାଠୀ, ନିହାରୀକା ମହାନ୍ତି, ଯୋଗମାୟା ଦାଶ, ଶିକ୍ଷକ ଭରତ ଚନ୍ଦ୍ର ସାହୁ, ପ୍ରମୁଖ ଯୋଗଦେଇ  ବିଜ୍ଞାନ ଦ୍ୱାରା ସମସ୍ତ ରୋଗର ଆଜି ଅତ୍ୟାଧୁନିକ ପ୍ରଣାଳିରେ ଚିକିତ୍ସା ହୋଇ ପାରୁଛି ବୋଲି କହିଥିଲେ । ଏହି ଉସôବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରିଲୋଚନ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଆଲୁମିନି କମିଟି ସଭାପତି ବିଶ୍ୱମ୍ବର ରାଉତ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.