Wednesday , March 29 2023
Home / ରାଜନୀତି / ବଜେଟ୍ ୨୦୨୧-୨୨: ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍, ଓଡ଼ିଶାକୁ ଉପେକ୍ଷା: ସମାଜବାଦୀ ପାର୍ଟି

ବଜେଟ୍ ୨୦୨୧-୨୨: ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍, ଓଡ଼ିଶାକୁ ଉପେକ୍ଷା: ସମାଜବାଦୀ ପାର୍ଟି

ପେଟ୍ରୋଲ୍, ଡିଜେଲ୍ ଉପରେ କୃଷି ସେସ୍ : ବଢ଼ିବ ଦରଦାମ୍, ଖାଉଟିଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା
ଭୁବନେଶ୍ୱର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ର ଅର୍ଥମନ୍ତ୍ରୀ ସୋମବାର ଦିନ ସଂସଦରେ ୨୦୨୧-୨୨ଆର୍ଥିକ ବର୍ଷ ପାଇଁ ଯେଉଁ ବଜେଟ୍ ଆଗତ କରିଛନ୍ତି, ତାହା ଭାରତ ବର୍ଷକୁ ବିକ୍ରି କରିବା ପାଇଁ ଆଉ ଏକ ଦସ୍ତାବିଜ୍ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ନିଜର ବଜେଟ୍ ପ୍ରତିକି୍ରୟା ପ୍ରକାଶ କରି କହିଛନ୍ତି ଯେ, ପେଟ୍ରୋଲ୍ ଉପରେ ଲିଟର ପିଛା ୨ଟଙ୍କା ୫୦ ପଇସା ଓ ଡିଜେଲ୍ ଉପରେ ଲିଟର ପିଛା କୃଷି ସେସ୍ ବସିବା ଫଳରେ ପେଟ୍ରୋଲ୍ ଓ ଡିଜେଲ୍ର ଦାମ୍ ଆହୁରି ଆକାଶଛୁଆଁ ହେବ । ଯାହାର ପ୍ରରୋକ୍ଷ ପ୍ରଭାବ ବଜାର ଦର ଉପରେ ପଡ଼ିବ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆହୁରି ମହଙ୍ଗା ହେବ । ଏହା ଫଳରେ ବଜେଟ୍ରେ ନିଅନ୍ଟ ପରିମାଣ ବଢିବ, ଯାହାକି ମୁଦ୍ରାସ୍ପିତୀ ଯାହା ବଜେଟ୍ରେ ୬.୮ ଅଛି, ତାହା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେବ । ସେହିଭଳି ସରକାର କେନ୍ଦ୍ର ସରକାର ନିର୍ବାଚନ ହେବାକୁ ଥିବା ରାଜ୍ୟ ତାମିଲ୍ନାଡୁ, ପଶ୍ଚିମବଙ୍ଗ, କେରଳ ଓ ଆସାମକୁ ସ୍ୱତନ୍ତ୍ର ପ୍ୟାକେଜ୍ ବଜେଟ୍ରେ ଘୋଷଣା କରିଥିବା ବେଳେ ଓଡ଼ିଶାର ଦୀର୍ଘ ଦିନର ଦାବି ‘ଫୋକସ୍ ଷ୍ଟେଟ୍ ଷ୍ଟାଟସ୍’କୁ ଅଣଦେଖା କରିଚାଲିଛନ୍ତି । ନାମକୁ ମାତ୍ର ପୂର୍ବତଟ କରିଡର ଯାହା ଖଡ଼ଗପୁର-ବିଜୟୱାଡା ପର୍ଯ୍ୟନ୍ତ ଯିବ ତାହା ଦ୍ୱାରା ଓଡ଼ିଶା ନାମକୁ ମାତ୍ର ଉପକୃତ ହେବ ଏବଂ ପାରାଦ୍ୱୀପରେ ଏକ ମାଛଧରା ବନ୍ଦର ହେଲେ ମତ୍ସ୍ୟ ଉପôାଦନ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଫୋକସ୍ ଦିଆଯାଥିଲାବେଳେ ଓଡ଼ିଶାରେ ଦ୍ୱିତୀୟ ଏ.ଆଇ.ଆଇ.ଏମ୍.ଏସ୍. ପ୍ରତିଷ୍ଠା ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଚାଲିଛନ୍ତି । ନିଯୁକ୍ତି ପାଇଁ ଏହି ବଜେଟ୍ ରେ ସେଭଳି କିଛି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇନାହିଁ । ଫଳରେ ବେକାରୀ ସମସ୍ୟା ସମାଧାନ କ୍ଷେତ୍ରରେ ବଜେଟ୍ ବିଫଳ ହୋଇଛି । ମୋବାଇଲ୍ ଓ ଚାର୍ଜର ଉପରେ ଅତିରିକ୍ତ ଶୁଳ୍କ ବସିଥିବାରୁ ଏହା ‘ଡିଜିଟାଲ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ବ୍ୟାହତ କରିବ । ଚାଷୀଙ୍କ ହାତକୁ ପ୍ରତ୍ୟକ୍ଷ ଭାବରେ ଯଦି ପି.ଏମ୍. ସମ୍ମାନ କିଶାନ ନିଧି ଅର୍ଥ ରାଶିକୁ ୬୦୦୦ଟଙ୍କାରୁ ୧୨୦୦୦ ଟଙ୍କାକୁ ବୃଦ୍ଧି କରି ପ୍ରତ୍ୟକ୍ଷ ଭାବରେ ଚାଷୀଙ୍କୁ କିଛି ଟଙ୍କା ଦିଆଯାଇଥାଆନ୍ତା, ଏହା ଫଳରେ ସେମାନଙ୍କର କ୍ରୟ କ୍ଷମତା ବୃଦ୍ଧି ହୋଇଥାଆନ୍ତା ଏବଂ ସେମାନେ କିଣାକିଣି କରିଥିଲେ ବଜାର ମଧ୍ୟ ଚଳଚଂଚଳ ହୋଇପାରିଥାନ୍ତା ଯାହାକି ଅଭିବୃଦ୍ଧି ପାଇଁ ପରୋକ୍ଷରେ ସହାୟକ ହୋଇଥାଆନ୍ତା । କିନ୍ତୁ ସରକାର ତାହା ନକରି ଚାଷୀଙ୍କର ଆୟକୁ ଦେଢଗୁଣା କରିବାର ଫମ୍ପା ପ୍ରତିଶ୍ରୁତିଟିଏ ଏହି ବଜେଟ୍ ଜରିଆରେ ରଖିବାର ଯେଉଁ ଉଦ୍ୟମ କରିଛନ୍ତି, ତାହା କେବେହେଲେ ଚାଷୀମାନଙ୍କର ସମୃଦ୍ଧିରେ ସହାୟକ ହେବନାହିଁ ବୋଲି ମତ ପ୍ରକାଶ କରିଛନ୍ତି । ସେହିଭଳି ଶିକ୍ଷା କ୍ଷେତ୍ରରେ ପିପିପି ମୋଡ଼ରେ ୧୦୦ଟି ସୈନିକ ସ୍କୁଲ୍ ପ୍ରତିଷ୍ଠା କରିବା ଫଳରେ ଶିକ୍ଷାର ବଜାରୀକରଣକୁ ସରକାର ଉତତସାହିତ କରିଛନ୍ତି । ସର୍ବୋପରି ଦେଖିବାକୁ ଗଲେ ଭାରତ ବର୍ଷକୁ ବିକ୍ରି କରିବା ପାଇଁ ଏହି ବଜେଟ୍ ଦ୍ୱାର ଉନ୍ମୁକ୍ତ କରିଛି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଏହି ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.