Tuesday , March 28 2023
Breaking News
Home / ବିଶେଷ / ପଣଷଗଣ୍ଡ ଗ୍ରାମପଂଚାୟତରେ ଗୋଚର ଜମିରେ ବେଆଇନ ଇଟାଭାଟି ଉଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ପଣଷଗଣ୍ଡ ଗ୍ରାମପଂଚାୟତରେ ଗୋଚର ଜମିରେ ବେଆଇନ ଇଟାଭାଟି ଉଛେଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

କେନ୍ଦ୍ରାପଡ଼ା ,୦୨/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ପଣଷଗଣ୍ଡ ପଂଚାୟତର ଗୋଚର ଜମିରେ ବେଆଇନ ଭାବରେ କେତେକ ମାଫିଆ ଇଟାଭାଟି କରି ପରିବେଶ ପ୍ରଦୁଷଣ କରିବା ପ୍ରତିବାଦରେ ପଂଚାୟତବାସୀଙ୍କ ପକ୍ଷରୁ  ସ୍ଥାନୀୟ ସରପଂଚଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ସରପଂଚ ସଂପୃକ୍ତ ଗୋଚର ଜମିର ମାପଚୁପ କରାଇବା ସହ ଇଟାଭାଟି କରିଥିବା ଲୋକମାନଙ୍କୁ ୧୯ଦିନ ମଧ୍ୟରେ ସେହି ଜମିରୁ ଇଟା ଓ ମାଟି ପ୍ରଭୃତି ଉଠାଇ ନେବାକୁ ନୋଟିସ କରିଥିଲେ । କିନ୍ତୁ ୧୯ଦିନ ପରେ ବି ଇଟାଭାଟି ନଉଠିବାରୁ ପଂଚାୟତବାସୀ ସେ ସମ୍ପର୍କରେ ରାଜକନିକା ରହସିଲଦାରଙ୍କୁ ଅଭିଯୋଗ କରିବା ସହ ପଂଚାୟତ ଫଇସଲା ନକଲ ପ୍ରଦାନ କରିଥିଲେ । ତହସିଲଦାର ତଦନ୍ତ କରାଇ ୭ଦିନ ମଧ୍ୟରେ ସେହି ଜମି ସଫାହେବ ବୋଲି ନିର୍ଦେଶ ଦେଇଥିଲେବି କିଛି ହେଲା ନାହିଁ । ପରେ ପଂଚାୟତବାସୀ ଏସମ୍ପର୍କରେ ଉପଜିଲ୍ଲାପାଳ ଓ ତତପରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ । ଏସବୁ ପରେବି କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବିସିଥିବା ଦେଖିବାକୁ ମିଳିଛି । ଗାଈ, ଛେଳି ପ୍ରଭୃତିଙ୍କ ପାଇଁ କୈାଣସି ଚାରଣ ଭୂମି ନଥିବା ବେଳେ ଇଟା ମାଫିଆମାନେ ଗୋଚର ଜମିକୁ ଖୋଳି ଖାଲଖମାରେ ପରିଣତ କରିବା ଯୋଗୁଁ ପଂଚାୟତବାସୀଙ୍କ ପକ୍ଷରୁ ତାହାର ପ୍ରତିବାଦରେ ଅଜିତ କୁମାର ମହାପାତ୍ର, ସୁରେଶ ମଳିକ, ଶୈଳେସ ଦାସ, ପ୍ରସନ୍ନ କୁମାର ମଳିକ, ନବକିଶୋର ମଳିକ, କେଦାର ନାଥ ମଳିକ ପ୍ରମୁଖ ଅନଶନରେ ବସିରହିଥିବା ଦେଖାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.