Tuesday , March 21 2023
Breaking News
Home / ବିଶେଷ / ନିଶାଶକ୍ତ ଟ୍ରକ ଡ୍ରାଇଭରଙ୍କ ବେପରୁଆ ଗାଡିଚାଳନା ଯୋଗୁଁ ବନ୍ଦରାଂଚଳରେ ବଢୁଛି ଦୂର୍ଘଟଣା

ନିଶାଶକ୍ତ ଟ୍ରକ ଡ୍ରାଇଭରଙ୍କ ବେପରୁଆ ଗାଡିଚାଳନା ଯୋଗୁଁ ବନ୍ଦରାଂଚଳରେ ବଢୁଛି ଦୂର୍ଘଟଣା

ପାରାଦୀପ ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପାରାଦୀପ ବନ୍ଦରରେ ଦୈନିକ ବିଦେଶକୁ ପଣ୍ୟ ରପôାନୀ ଓ ଆମଦାନୀ ନିମନ୍ତେ ଶହ ଶହ ଟ୍ରକ୍ ଯୋଗେ ଲୁହାପଥର, କୋଇଲା ଅଦି ପରିବହନ ହୋଇଥାଏ । ଏହି ସବୁ ଟ୍ରକ୍ ବନ୍ଦର ମଧ୍ୟକୁ ଯାତାୟତ କରୁଥିବା ବେଳେ ଟ୍ରାଫିକ୍ ନିୟମ ମାନୁ ନାହାଁନ୍ତି । ପାରାଦୀପ ବନ୍ଦର ପକ୍ଷରୁ ଏହି ସବୁ ଯାନ ଗୁଡିକ ଯାତାୟତ ନିମନ୍ତେ ବନ୍ଦର ଟ୍ରାଫିକ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ଲାଗୁ କରାଯାଇଛି । ତେବେ କିଛି ଟ୍ରକ୍ ଡ୍ରାଇଭର ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ବନ୍ଦର ନିଷିଦ୍ଧାଂଚଳ ମଧ୍ୟରେ ଗାଡି ଚଳାଚଳ କରୁଛନ୍ତି । ପାରାଦୀପ ବନ୍ଦର ନିଷିଦ୍ଧାଂଚଳ ପରି ଏକ ସ୍ପର୍ଶକାତର ଅଂଚଳରେ ଏଭଳି ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇବା ବନ୍ଦରର ସୁରକ୍ଷା ତଥା ସାଧାରଣ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ଯାହାର ଏକ ନମୁନା ମଙ୍ଗଳବାର ଦିନ ଦେଖିବାକୁ ମିଳିଛି । ପାରାଦୀପ ବନ୍ଦର ନିଷିଦ୍ଧାଂଚଳରେ ପଣ୍ୟ କାରବାର କରୁଥିବା ଏକ କମ୍ପାନୀର କର୍ମଚାରୀ ମାନଙ୍କୁ ।ନଇ ଯାଉଥିବା ଓଡି-୦୨-କୁ୍ୟ-୧୧୩୪ ଟାଟା ଇଣ୍ଡିଗୋ କାରକୁ ଓଡି-୦୪-ପି-୦୫୨୫ ନମ୍ବର ବିଶିଷ୍ଟ ଟ୍ରକ୍ ଧକ୍କା ଦେଇଥିଲା । ସୌଭାଗ୍ୟ ବଶତଃ କାରରେ ଥିବା ଯାତ୍ରୀ ସୁରକ୍ଷିତ ଥିବା ବେଳେ କାର୍ଟି ଭାଙ୍ଗିରୁଜି ଯାଇଛି । ଏହି ଟ୍ରକ୍ ଚାଳକ ନିଶାଶକ୍ତ ଅବସ୍ଥାରେ ଥିବା ସେଠାରେ ଉପସ୍ଥିତ ଲୋକଙ୍କ ଠାରୁ ପ୍ରକାଶ । ନିଶାଶକ୍ତ ଗାଡି ଚାଳକ ମାନଙ୍କୁ ବନ୍ଦର ନିଷିଦ୍ଧାଂଚଳ ମଧ୍ୟରେ ପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.