Saturday , April 1 2023
Breaking News
Home / କୃଷି / ନବନିର୍ମାଣ କୃଷକ ସଂଗଠନର ବାଇକ ଶୋଭାଯାତ୍ରା

ନବନିର୍ମାଣ କୃଷକ ସଂଗଠନର ବାଇକ ଶୋଭାଯାତ୍ରା

ଜଗତସିଂହପୁର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲା । ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପ୍ରତିବାଦ ସଭାରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର ନିଜ ବକ୍ତବ୍ୟରେ କହିଥିଲେ ଜଗତସିଂହପୁର ଜିଲ୍ଲାର ଚାଷୀମାନେ କେନ୍ଦ୍ର ସରକାରଙ୍କ ଅନ୍ଧାକାନୁନ ବିରୁଦ୍ଧରେ ୧୫ଦିନ ହେବ ଦିଲ୍ଲି ଯାଇଥିଲେ । ଆଜି ଚାଷୀ ମାନେ ଘରକୁ ଫେରିଛନ୍ତି । ସେମାନଙ୍କୁ ଉତ୍ସାହିତ କରିବାକୁ ଆଜିର ଏହି ପ୍ରୟାସ । ଏହି ଚାଷୀ ମାନେ କିପରି ଗାଁକୁ ଯାଇ କେନ୍ଦ୍ର ସରକାରଙ୍କ କଳା ଆଇନ୍ ବିରୁଦ୍ଧରେ ଚାଷୀ ମାନଙ୍କୁ ସଚେତନ କରିବେ ଓ ଆଗାମୀ ଦିନରେ ଏ କଳା ଆଇନ ପ୍ରତ୍ୟାହାର ନହେଲା ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁରୁ ଚାଷୀ ଆନ୍ଦୋଳନକୁ ଜୋରଦାର କରାଯିବ ସେଥିପାଇଁ ଦିଲି ଫେରନ୍ତା ଚାଷୀ ମାନଙ୍କୁ ଉତ୍ସାହିତ କରାଯିବ ସହିତ ସଚେତନ ମଧ୍ୟ କରାଯାଉଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସସେଯାଜକ ଶେଷଦେବ ନନ୍ଦ, ରାଜ୍ୟ ସହସଂଯୋଜକ ରଶ୍ମୀରଞ୍ଜନ ସ୍ୱାଇଁ, ଜିଲ୍ଲା ସଂଯୋଜକ ଦୁର୍ଗାଚରଣ ସ୍ୱାଇଁ, ବରିଷ୍ଠ ଉପଦେଷ୍ଟା ବଂଶୀଧର ପଟ୍ଟନାୟକ, ନିତ୍ୟାନନ୍ଦ ପଣ୍ଡା, ଦେବୀ ପ୍ରସାଦ ମହାରାଣା ,ଦେବାଶିଷ ଦାସ ପ୍ରମୁଖ ବାଇକ ରାଲିରେ ଯୋଗଦେଇ ଦିଲ୍ଲି ଆନ୍ଦୋଳନରେ ଯୋଗଦେବାକୁ ଯାଇ ଫେରନ୍ତା ଚାଷୀଙ୍କୁ ନିଜ ବ୍ଲକକୁ ନେଇ କେନ୍ଦ୍ର ସରକାରଙ୍କ କଳା ଆଇନ ବିରୁଦ୍ଧରେ ଚାଷୀ ସଚେତନତା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.