କେନ୍ଦ୍ରାପଡ଼ା ,୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ଜମିବାଡ଼ି ବିବାଦକୁ ନେଇ ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ତାଙ୍କ କଥା ଶୁଣିଲାନି । ମହିଳା ଜଣକ ପୁଲିସ ବିରୁଦ୍ଧରେ ଅଭିଯୋଗ କରି ଆଜି ଥାନା ସମ୍ମୁଖରେ ଦେହରେ କିରୋସିନୀ ଢ଼ାଳି ଆତମହତ୍ୟା ଉଦ୍ୟମ କରିଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ରାଜକନିକା ଥାନା ସମ୍ମୁଖରେ ।
ରାଜକନିକା ଥାନା ଅନ୍ତର୍ଗତ ହାଟସାହି ଗାଁ ର ମାନିନୀ ସାହାଣୀ । ଜମିବାଡ଼ି ବିବାଦକୁ ନେଇ ଥାନାରେ ଅଭିଯୋଗ କରିଥିଲେ ୧୦ ଦିନ ତଳେ । ଜମିବାଡ଼ି ବିବାଦକୁ ନେଇ ସେ ଏକ ଅନାବାଦୀ ଜାଗାରେ ଘର କରି ରହୁଥିଲେ । ହେଲେ ସେଠି ବି ତାଙ୍କ ସମ୍ପର୍କିୟ ଦିଅରମାନେ ଆସି ତାଙ୍କୁ ମାଡ଼ ମାରିଥିଲେ । କଣତଡ଼ିଆ ଫାଣ୍ଡିରେ ୧୦ ଦିନ ତଳେ ସେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଶେଷରେ ସେ ଥାନା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିଲେ । ପୁଲିସ ଆତ୍ମାହୂତି ଉଦ୍ୟମ ବେଳେ ତାଙ୍କୁ ଅଟକାଇ ଦେଇଛି । ଓଡ଼ିଶା ସମାଚାର