Tuesday , March 28 2023
Breaking News
Home / ବିଶେଷ / ଜନ୍ମମାଟିରେ ସାରସ୍ୱତ ସାଧକ ମହାଦେବ ମହାନ୍ତିଙ୍କ ଜୟନ୍ତୀ ପାଳିତ

ଜନ୍ମମାଟିରେ ସାରସ୍ୱତ ସାଧକ ମହାଦେବ ମହାନ୍ତିଙ୍କ ଜୟନ୍ତୀ ପାଳିତ

ମାହାଙ୍ଗା,୦୨/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ଯଶସ୍ବୀ ସାରସ୍ୱତ ସାଧକ ବିଶିଷ୍ଟ ନାଟ୍ୟକାର ମହାଦେବ ମହାନ୍ତିଙ୍କ ୯୦ ଜୟନ୍ତୀ ଉତ୍ସବ ଗୋକର୍ଣ୍ଣେଶ୍ୱରଙ୍କ ପୀଠରେ ପାଳିତ ହୋଇଯାଇଛି । “ମାହାଙ୍ଗା ବଡ଼ଚଣା ସାହିତ୍ୟ ସଂସ୍କୃତି ପରିଷଦ”ର ସଭାପତି କବି ଭକ୍ତ ଚରଣ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ଯୁଗାନ୍ତର ସାଂସ୍କୃତିକ ପରିଷଦ ସଂପାଦକ ଡକ୍ଟର ଭାଗ୍ୟଧର ସାହୁ ଯୋଗଦେଇ କହିଲେ -ସାହିତ୍ୟ ଜୀବନକୁ ରଶସିକ୍ତ କରେ । ମୁଖ୍ୟବକ୍ତା ଭାବେ ଡକ୍ଟର ଏକାଦଶୀ ପ୍ରଧାନ କହିଲେ- ମହାଦେବ ମହାନ୍ତିଙ୍କ ସାହିତ୍ୟରେ ସମାଜପାଇଁ ପ୍ରତିବଦ୍ଧତା ଭରି ରହିଛି । ଏହି ଉତ୍ସବରେ ସାହିତ୍ୟିକ ଅଖିଳେଶ ମହାନ୍ତି, ରସରାଜ ବୀର କିଶୋର ସ୍ୱାଇଁ, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସାହିତ୍ୟ ସଂଗଠକ ଅରୁଣ ବାରିକ, ସମାଜସେବୀ ଶରତ ମହାପାତ୍ର,ମାନସ ସେଠୀ, ଗଣେଶ ସେଠୀ,ଅଜୟ ଜେନା, ପ୍ରମୁଖ ଯୋଗଦେଇ ମହାଦେବଙ୍କ କୀର୍ତ୍ତି ଓ କୃତୀର ମୂଲ୍ୟବାନ କରିଥିଲେ ।
ଚଳିତ ବର୍ଷ ପାଇଁ ମହାଦେବ ମହାନ୍ତି ନାଟ୍ୟ ସମ୍ମାନ ନାଟ୍ୟକାର ଅଭୟ କୁମାର ଦାସ, କବିତା ସମ୍ମାନ କବି ନରେନ୍ଦ୍ର ପରିଡାଙ୍କୁ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କବି ରାଜ କିଶୋର ମିଶ୍ର, କବି ଗୌତମ ଜେନା, କବି ପ୍ରଶାନ୍ତ କର, କବି ରାମଚନ୍ଦ୍ର ଶତପଥୀ, ଜିତେନ୍ଦ୍ର ସାହୁ,ଅମୀୟ ବରାଳ, ଲବଙ୍ଗଲତା ରାଉତ, ବିଷ୍ଣୁ ଚରଣ ବଳ, ରବୀନ୍ଦ୍ର ପ୍ରଧାନ,ଭବାନୀ ବଲ୍ଲଭ ମହାନ୍ତି, ସତ୍ୟବ୍ରତ ମହାନ୍ତି, କଲ୍ୟାଣୀ ମହାନ୍ତି ପ୍ରମୁଖ ଯୋଗଦେଇ ନାଟ୍ୟକାର ମହାଦେବ ମହାନ୍ତିଙ୍କ ପ୍ରତି ଭକ୍ତିଅର୍ଘ୍ୟ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.