ଓଡ଼ିଶାବାସୀଙ୍କ ପ୍ରତି ଯତ୍ନଏବଂ ସହାୟତାପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ-ଧର୍ମେନ୍ଦ୍ର ପ୍ରଧାନନୂଆଦିଲ୍ଲୀ/ଭୁବନେଶ୍ୱର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା କୋଟପାଡ ଥାନା ମୂର୍ତାହାଣ୍ଡିରେ ଘଟିଥିବା ସଡକଦୁର୍ଘଟଣାରେ ମୃତାହତଙ୍କ ପାଇଁ ପିଏମ ପାଣ୍ଠିରୁ ଆର୍ଥିକ ସହାୟତା ମଞ୍ଜୁର ହେବା ପ୍ରସଙ୍ଗରେ ଓଡ଼ିଶାବାସୀଙ୍କ ପ୍ରତି ଯତ୍ନଏବଂ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କୋରାପୁଟ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ବାବଦକୁ ୨ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାରଲେଖାଏଁ ଟଙ୍କା ପିଏମ୍ ଜାତୀୟ ରିଲିଫ୍ ପାଣ୍ଠିରୁ ଅନୁମୋଦନ ଦିଆଯାଇଛି । ଓଡ଼ିଶା ଲୋକଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଥିବା ମୋଦି ସରକାରଙ୍କ ଏହି ଆର୍ଥôକ ସହାୟତା ପ୍ରଭାବିତ ପରିବାରକୁ ଚିକିତ୍ସା କି ́ା ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ପ୍ରଦାନ କରିବ ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର