ଗରଦପୁର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆ ଠାରେ ଥିବା କର୍ତେଶ୍ୱର ପିଠ ରେ ଗ୍ରାମସାଥୀମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଜିଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଗ୍ରାମାଂଚଳରେ ମନରେଗା ଯୋଜନାର ସଫଳ ରୂପାୟନ କରି ଗ୍ରାମ ବିକାଶରେ ଏକ ଗୁରୁ ଦାୟିତ୍ୱ ଗ୍ରାମସାଥିମାନେ ନିର୍ବାହ କରୁଥିବା କହିଥିଲେ । ଏଥି ସହିତ ସରକାର ଗ୍ରାମସାଥିମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ଦେଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ସରକାରଙ୍କର ସବୁଠାରୁ ମହତାକାଂକ୍ଷୀ ଯୋଜନା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗ୍ରାମ ରାସ୍ତା ନିର୍ମାଣ , ବନୀକରଣ , ଉଦ୍ୟାନ କୃଷି, ଘେରିବନ୍ଧ ନିର୍ମାଣ , ପାର୍କ ନିର୍ମାଣ, ପୋଖରୀ ଖନନ, ଚାରା ଉତ୍ପାଦନ, ପାଠାଗାର ଗୃହ ନିର୍ମାଣ ଆଦି କାର୍ଯ୍ୟ ସମ୍ପାଦନ କରାଇବାରେ ଗ୍ରାମସାଥୀମାନେ ଅଗ୍ରଦୂତଭାବେ ଭୂମିକା ନିର୍ବାହ କରୁଛନ୍ତି । ଏସବୁ ସତ୍ୱେ ଗ୍ରାମସାଥୀମାନଙ୍କୁ ଉପେକ୍ଷା କରାଯାଉଥିବାରୁ ନିଜ ହକ୍ ପାଇଁ ଏକତ୍ର ହୋଇ ଲଢ଼େଇ କରିବାକୁ ନୂଆ ବର୍ଷ ଅବସରରେ ଅନୁଷ୍ଠିତ ସମାବେଶରେ ଆହ୍ୱାନ ଦିଆଯାଇଥିଲା । ଏହି ସମାବେଶ ରେ ଗ୍ରାମସାଥି ସଂଘର ସଭାନେତ୍ରୀ ମନସ୍ୱିନୀ ଜେନା,ଉପସଭାପତି ଅସିତ ଦାସ, ସମ୍ପାଦକ ଦିବାକର ଜେନା,ସହ ସମ୍ପାଦକ କୌଶଲ୍ୟା ମଲିକ,ସଂଯୋଜକ ଅମ୍ବିକା ବାରିକ ଓ କୋଷାଧ୍ୟକ୍ଷ ଜ୍ୟୋତିର୍ମୟୀ ସାହୁ ଙ୍କ ସମେତ ଶତାଧିକ ଗ୍ରାମସାଥି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର