Tuesday , March 21 2023
Breaking News
Home / କ୍ରୀଡ଼ା / ଏଆଇ ୟଙ୍ଗଷ୍ଟାର କ୍ରିକେଟ: ଛଣଗିରି କ୍ରିକେଟ କ୍ଲବ ବିଜୟୀ

ଏଆଇ ୟଙ୍ଗଷ୍ଟାର କ୍ରିକେଟ: ଛଣଗିରି କ୍ରିକେଟ କ୍ଲବ ବିଜୟୀ

ନିରାକାରପୁର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରି ଏଆଇ ୟଙ୍ଗଷ୍ଟାର କ୍ରିକେଟ କ୍ଲବ ଦ୍ୱାରା ଦ୍ୱିତୀୟ ବାର୍ଷିକ କ୍ରିିକେଟ ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଯାଇଛି । ଆଜିର ମ୍ୟାଚରେ ଛଣଗିରି କ୍ରିକେଟ କ୍ଲବକୁ ଗୋଳବାଇ କ୍ରିକେଟ କ୍ଲବ ଭେଟିଥିଲା । ଟସ ଜିଣି ବୋଲିଂ କରିବାକୁ ନିଷ୍ପତିି ନେଇଥିଲା ଗୋଳବାଇ ଟିମ । ପ୍ରଥମେ ଛଣଗିରି ଦଳ ବ୍ୟାଟିଂ କରି ୧୨ ଓଭରରେ ସମସ୍ତ ୱକେଟ ହରାଇ ୧୬୫ ରନ ସଂଗ୍ରହ କରିଥିବାବେଳେ ଗୋଳବାଇ ଦଳ ୧୨ ଓଭରରେ ସମସ୍ତ ୱକେଟ ହରାଇ ମାତ୍ର ୬୫ ରନ କରିବାରେ ସକ୍ଷମ ହୋଇଥିଲା । ଛଣଗିରି ଦଳର ଅରିସ କୁମାର ନାୟକ ସର୍ବାଧିକ ୨୫ଟି ବଲ ଖେଳି ୬୦ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଆଜି ଖେଳକୁ ସତ୍ୟବ୍ରତ ଦାସ ଓ କାହ୍ନୁ ଚରଣ ନାୟକ ପରିଚାଳନା କରିଥିଲେ । ମୁଖ୍ୟ ଅତିଥିଭାବେ ସମାଜସେବୀ ମାନସ ଦାସ ଓ ସମ୍ମାନୀତ ଅତିଥିଭାବେ ସାନ୍ତୁନ କୁମାର ନାୟକ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଭଲ ଖେଳ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.