ପାରାଦୀପ ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପଗଡ ଠାରେ ଥିବା ଗେଟ୍ ବଜାରସ୍ଥିତ ଇଉନିୟନ୍ ବ୍ୟାଙ୍କରୁ ୧୪ଲକ୍ଷରୁ ଉର୍ଦ୍ଧ ଟଙ୍କା ଗାଏବ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଦୁଇ ତିନି ବର୍ଷ ହେବ ୧୪ଲକ୍ଷ ୮୬ହଜାର ୭୮୬ଟଙ୍କା ଗାଏବ୍ ହୋଇଥିବା ନୂତନ ଭାବେ ଯୋଗ ଦେଇଥିବା ଶାଖା ପରିଚାଳକ ଜାଣିବା ପରେ ଆଜି ସ୍ଥାନୀୟ ଲକ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପାଇବା ପରେ ଲକ୍ ଥାନା ପୋଲିସ ୨୮/୨୧ନମ୍ବରରେ ଏକ କେସ୍ ରୁଜୁ କରି ତଦନ୍ତ ଆରମ୍ଭ ଚଲାଇଛନ୍ତି ବୋଲି ଥାନାଧିକାରୀ ପ୍ରଭାସ ସାହୁ ଜଣାଇଛନ୍ତି । ଓଡ଼ିଶା ସମାଚାର