Saturday , April 1 2023
Breaking News
Home / ବିଶେଷ / ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ କଲା ପ୍ରଶାସନ

ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ କଲା ପ୍ରଶାସନ

କେନ୍ଦ୍ରାପଡ଼ା ,୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ଏକ ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ପଂଚାୟତର ଧୂମାତଶାସନ ଗ୍ରାମର ସୀତାରାମ ମଳିକ ମୂଲ ଲାଗି ନିଜ ପରିବାର ଭରଣ ପୋଷଣ କରିଥାନ୍ତି । କିନ୍ତୁ ହଠାତ ୫ମାସ ତଳେ ସେ ଆଣ୍ଠୁଗଣ୍ଠି ବାତ ରୋଗରେ ଆକ୍ରାନ୍ତ ହୋଇପଡିବାରୁ ତାଙ୍କର ହାତ ଗୋଡ ଅଚଳ ହୋଇପଡିଥିଲା । ତାଙ୍କ ପନôୀ ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତି କରିଥିଲେ । ଚିକିତ୍ସା ପରେ ସୀତାରାମ କିଛି ପରିମାଣରେ ସୁସ୍ଥ ହୋଇଥିଲେବି ତାଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଔଷଧ ଖାଇବାକୁ ପରାମର୍ଶ ଦେଇ କଟକ ବଡ ଡାକ୍ତରଖାନା ପକ୍ଷରୁ ଘରକୁ ପଠାଇ ଦିଆଯାଇଥିଲା । ସୀତାରାମଙ୍କ ଚିକିତ୍ସାରେ ତାଙ୍କ ପତ୍ନୀ ଧାର ଉଧାର କରି ବହୁ ଅର୍ଥ ଖର୍ଚ୍ଚ କରିଥିବା ବେଳେ ତାଙ୍କୁ ଅର୍ଥ ଅଭାବରୁ ଆଉ ଔଷଧ ଦେଇନପାରିବାରୁ ପୁନର୍ବାର ତାଙ୍କର ହାତଗୋଡ ଅଚଳ ହୋଇପଡିଥିଲା । ତେଣୁ ଅସହାୟ ପରିବାରର ପତି ଓ ପତ୍ନୀ ଦୁଇଟି ୮ବର୍ଷ ଓ ୪ବର୍ଷର ନାବାଳକ ପିଲାଙ୍କୁ ସାଙ୍ଗରେ ଆଣି ଏସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ନିବେଦନ କରିଥିଲେ । ମୂଲ ଲାଗିନପାରିବାରୁ ଭୋକଉପାସରେ ଦିନ କାଟୁଥିବା ସୀତାରାମଙ୍କ ପରିବାର ବଡ ଅସହାୟ ଅବସ୍ଥାରେ କାଳାତିପାତ କରୁଥିବା ସେ ଓ ତାଙ୍କପତ୍ନୀ  ଜଣାଇଥିଲେ । ସମସ୍ତ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସୀତାରାମଙ୍କ ଚିକିତ୍ସାପାଇଁ ଜିଲ୍ଲା  ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ଏବଂ ଖାଦ୍ୟ ନିମନ୍ତେ ୫ଶହ ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.