Monday , March 20 2023
Breaking News
Home / ବିଶେଷ / ୨୦୨୧-୨୨କେନ୍ଦ୍ର ସାଧାରଣ ବଜେଟ୍ ନେଇ କେନ୍ଦ୍ରମନ୍ତ୍ରୀଙ୍କ ମତ

୨୦୨୧-୨୨କେନ୍ଦ୍ର ସାଧାରଣ ବଜେଟ୍ ନେଇ କେନ୍ଦ୍ରମନ୍ତ୍ରୀଙ୍କ ମତ

ଚଳିତ ବଜେଟ ରୁ ସିଂହଭାଗ ଲାଭ ପାଇବ ଓଡିଶା-ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ ଭୁବନେଶ୍ୱର, ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- ସଂସଦରେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆତ୍ମନିର୍ଭର ଭାରତର ୬ଟି ସମ୍ଭଯଥା ସ୍ୱାସ୍ଥ୍ୟ କଲ୍ୟାଣ, ଭୌତିକ ଓ ଆର୍ଥିକ ପୁଞ୍ଜି ଏବଂ ଭିତିଭୂମି, ଆକାଂକ୍ଷା ଭାରତ ପାଇଁ ସମାବେଶୀବିକାଶ, ମାନବ ପୁଞ୍ଜିରେ ନୂଆଉନ୍ମାଦନା ସୃଷ୍ଟି କରିବା ସହନବଉନ୍ମେଷ ଓ ଗବେଷଣା ବିକାଶ, ନ୍ୟୁନତମ ସରକାର ଏବଂ ସର୍ବତୋମ ଶାସନ ଉପରେ ଆଧାରିତ୨୦୨୧-୨୨ବର୍ଷପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୨୧-୨୨ଆର୍ଥିକ ବର୍ଷର ସାଧାରଣ ବଜେଟକୁ ଯୁଗାନ୍ତକାରୀ ବଜେଟ୍ କହିବା ସହ ବଜେଟରେ କ୍ରୟ ଏବଂ ଖର୍ଚ୍ଚର ପୁନଃଉଦ୍ଧାର ସହପୁଞ୍ଜିନିବେଶ, ନିର୍ମାଣକୁ ଗତିଦେବା, ଭିତିଭୂମିକୁ ସୁଦୃଢ କରିବା, ଏମଏସଏମଇ କ ୁଆଗ୍ରାଧିକାର ଦେବା,ନୂଆସୁଯୋଗ ସୃଷ୍ଟି କରିବା ସହ ରୋଜଗାର ଓ ବିକାଶକୁ ଗୁରୁତ୍ୱ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇଛନ୍ତ । ସେହିପରି ଭାରତବର୍ଷରେ ସଫଳତାର ସହ ୮ କୋଟି ମହିଳାଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବା ପରେ ପୁଣି ଥରେ ଏହାକୁ ଅଧିକ ୧ କୋଟି ମହିଳାଙ୍କୁ ଯୋଗାଇ ଦେବାପାଇଁ ବଜେଟରେ ବ୍ୟବସ୍ଥାହେବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି । ଆତ୍ମନିର୍ଭର ଭାରତ ସ୍ୱାସ୍ଥ୍ୟ ଯୋଜନା ସହ ପିଇବା ପାଣି, ସହରାଂଚଳରେ ଘର ନିର୍ମାଣ ଓ ପୋଷଣ ଅଭିଯାନ ନାଗରିକଙ୍କ ସ୍ୱାସ୍ଥ୍ୟ ସହ ଜଡିତ । ବଜେଟ୍ ରେ ଅର୍ଥମନ୍ତ୍ରୀ ଏହାକୁ ବିଶେଷ ମହତ୍ୱ ଦେଇଛନ୍ତି । ଓଡିଶାରେ ପୋଷଣ ଅଭିଯାନରେ ଆମ ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ପ୍ରାଥମିକତା ପାଇବ । ଅପରପକ୍ଷରେ ବଜେଟରେ ଢାଂଚାଗତ କ୍ଷେତ୍ର ତଥା ସଡକପଥ, ରେଳପଥ, ଅର୍ଥନୈତିକ କୋରିଡର ତଥା ମାନବ ସମ୍ବଳର ବିକାଶ ପାଇଁ ପ୍ରଧାନ୍ୟ ଦିଆଯାଇଛି । ଚଳିତବର୍ଷର ବଜେଟ ଅପାର ସମ୍ଭାବନାର ରାଜ୍ୟ ଓଡିଶାର ଇସ୍ପାତ୍, ଖଣିକ୍ଷେତ୍ର ତଥା ମାନବ ପୁଞ୍ଜିର ଅନେକ ସମ୍ଭାବନା ଆଣିଛି । ଏହି ପରିପ୍ରେକ୍ଷୀରେ ଆଗାମୀ ୩ ବର୍ଷରେ ଦେଶରେ ହେବାକୁ ଥିବା ୭ଟି ଟେକ୍ସଟାଇଲ ପାର୍କରେ ଓଡିଶାକୁ ପ୍ରଧାନ୍ୟ ମିଳିବ । ସେହିପରି ଓଡିଶାର ଭଦ୍ରକରେ ଆଇଓସିଏଲ ଦ୍ୱାରା ସୂତାର କାରଖାନା ପ୍ରତିଷ୍ଠା କରାଯାଉଛି । ଏହି ଦୃଷ୍ଟିରୁ ଓଡିଶାରେ ଦେଶର ଓ ବିଶ୍ୱର ଆବଶ୍ୟକତାକୁ ଦେଖି ଟେକ୍ସଟାଇଲ କ୍ଲଷ୍ଟର ନିର୍ମାଣ ହୋଇପାରିବ । ଏହା ଦ୍ୱାରା ଏହି କ୍ଷେତ୍ରରେ କାମ କରୁଥିବା ଓଡିଆମାନେ ଲାଭପାଇବେ ଏବଂ ଓଡିଶା ପାଇଁ ଅନେକ ସମ୍ଭାବନା ତିଆରି ହେବ । ମତ୍ସ ବ୍ୟବସାୟରେ ଅଗ୍ରଣୀ ରାଜ୍ୟ ଓଡିଶାର ପାରାଦୀପ ଠାରେ ବୃହତ ସମନ୍ୱିତ ମତ୍ସ୍ୟ ବନ୍ଦର ପ୍ରତିଷ୍ଠାର ଯୋଜନା ରଖାଯାଇଛି ।ଏହିସବୁ ଯୋଜନାର ଲାଭ ଓଡିଶା ରାଜ୍ୟ ପାଇବ । ଶିକ୍ଷା କ୍ଷେତ୍ରରେ ଦେଖିବାକୁଗଲେ ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା ଏକଲବ୍ୟ ବିଦ୍ୟାଳୟ ପାଇଁ ଚଳିତବର୍ଷ୨୦ କୋଟିରୁ ବଢି ୩୮ କୋଟିଟଙ୍କା ବ୍ୟୟବରାଦ ହୋଇଛି । ଏଥିରୁ ଲାଭମଧ୍ୟ ଓଡିଶା ପାଇବ । ସେହିପରିନୂଆ ଜାତୀୟ ଶିକ୍ଷା ନୀତି ଜରିଆରେ ପିଲାଙ୍କୁ ପାଠପଢା ସହ ରୋଜଗାର ଭିତିକ ଧନ୍ଦାମୂଳକ ଶିକ୍ଷା ପାଇଁ ନୂଆ ମଡେଲ ଆରମ୍ଭ କରାଯାଉଛି । ଏଥିରେ ୧୫ ହଜାର ସ୍କୁଲକୁ ଅଗ୍ରାଧିକାର ଦିଆଯିବ ।ଏନଜିଓ ସହଭାଗୀତାରେ ୧୦୦ ସୈନିକ ସ୍କୁଲ ନିର୍ମାଣ କରାଯିବ । ଏହି ସବୁ ଦ୍ୱାରା ଓଡିଶା ଭଳି ରାଜ୍ୟକୁ ସୁଯୋଗ ମିଳିବା ଏହି ବର୍ଷର ଆତ୍ମନିର୍ଭର ବଜେଟ୍ ଅର୍ଥନୀତିର ପୁନଃଉଦ୍ଧାର କରି ଏହାର ଅଭିବୃଦ୍ଧି କରିବ ଏବଂ ସମାଜର ସବୁ ଶ୍ରେଣୀ ଯଥା ଚାଷୀ, ଯୁବକ, ମହିଳା, ଶିଶୁ,ବରିଷ୍ଠ, ଶ୍ରମିକଙ୍କୁ ପ୍ରାଥମିକତା ଦେଇ ଦେଶ ପ୍ରଥମର ସଂକଳ୍ପକୁ ସୁଦୃଢ କରିବ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ କରୋନା ଉପରାନ୍ତେ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ପ୍ରାଥମିକତା ଦିଆଯାଇଛି । କରୋନା ଟୀକାକରଣ ପାଇଁ ୩୫ ହଜାର କୋଟି ଟଙ୍କା ଆବଂଟନ କରାଯାଇଛି ।ସାମଗ୍ରିକ ବଜେଟ ଦେଶ ଅର୍ଥନୀତିରେ ନୂଆସଂଚାର ଆଣିବ । କରଦାତା, ବରିଷ୍ଠ ନାଗରିକ କ୍ଷୁଦ୍ର ବ୍ୟବସାୟୀଙ୍କୁ ଟିକସରେ ରିହାତି ଦିଆଯାଇଛି । କରୋନା ଉପାରନ୍ତେ ୫ଟି ମିନି ବଜେଟ୍ ଉପସ୍ଥାପିତ କରାଯାଇଥିଲା, ଯାହା ୨୭.୧ କୋଟି ଅର୍ଥାତ୍ ଜିଡିପିର ୧୩ ପ୍ରତିଶତ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.