Thursday , May 26 2022
Breaking News
Home / ବିଶେଷ / ୧୮ରୁ ବିଧାନସଭାଅଧିବେଶନ, ୨୨ରେ ବଜେଟ୍

୧୮ରୁ ବିଧାନସଭାଅଧିବେଶନ, ୨୨ରେ ବଜେଟ୍

ଭୁବନେଶ୍ୱର, ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- ଚଳିତମାସ ୧୮ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ବଜେଟ୍ ଅଧିବେଶନ ୨ଟି ପର୍ଯ୍ୟାୟରେ ମୋଟ୍ ୩୧ଦିନ ପାଇଁ ବସିବ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଫେବୃୟାରୀ ୨୨ତାରିଖରେ ବାର୍ଷିକ ବଜେଟ୍ ଉପସ୍ଥାପନହେବ । ବିଧାନସଭା ସଚିବାଳୟ ପକ୍ଷରୁ ଜାରି ନୋଟିସ୍ ଅନୁସାରେ, ବିଧାନସଭାର ବଜେଟ୍ ଅଧିବେଶନ ୧୮ତାରିଖରୁ ଆରମ୍ଭ ହେବ ।ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ରଖିବେ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃୟାରୀ ୧୮ରୁ୨୭ତାରିଖ ପର୍ଯ୍ୟନ୍ତ ୯ଦିନ ପାଇଁ ବସିବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ରୁଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ୨୨ଦିନ ବସିବ । ଓଡ଼ିଶା ସମାଚାର

About admin

Check Also

୪ଟି ଟ୍ରେନ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାରାଦୀପ,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଆମ ପାରାଦୀପ ଆମ ପ୍ରଗତି ପକ୍ଷରୁ ବୁଧବାର ଦିନ ବାପି ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ …

Leave a Reply

Your email address will not be published. Required fields are marked *