ନିରାକାରପୁର, ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- ରବିବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ଅଧିନସ୍ଥ ଟାେଙ୍କାଳ ପଂଚାୟତ ଦିଅଁଙ୍କ ସାହିର ବାଉରୀ ବନ୍ଧୁ ସ୍ୱାଇଁ (୭୨),ଉକ୍ତ ପଂଚାୟତ କଲବଲିଆ ପୋଖରି ନିକଟରେ ଥିବା ତାଙ୍କର କାଜୁବଗିଚା ବାଡ ଦେବାପଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତୁ୍ୟ ଘଟିଥିଲା ।ରାତିରେ ବାଉରିବନ୍ଧୁ ଘରକୁ ନଫେରିବାରୁ ସେମାନେ ଖୋଜା ଖୋଜି କରି ଉକ୍ତ ସଯତାନରୁ ମୃତ ଦେହକୁ ଉଦ୍ଧାର କରିଥିଲେ । ଖବର ପାଇ ଜଙ୍କିଆ ଥାନା ପୋଲିସ ଓ ବନ ବୀଭାଗ ଅଧିକାରୀ ମାନେ ପହଁଚ ଉଦ୍ଧାର କରି ବେବଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇଥିଲେ । ସୋମବାର ଦିନ ବନ ବିଭାଗର ଅଧିକାରୀ ମାନେ ଟାେଙ୍କାଳରେ ପହଁଚି ମୃତକଙ୍କ ପରିବାରକୁ କ୍ଷତିପୁରଣ ବାବଦକୁ ୪୦ହଜାର ଟଙ୍କାର ଚେକ ପ୍ରଦାନ କରିଥିବା ବେଳେ ଆଉ ୩ଲକ୍ଷ ୬୦ ହଜାର ଟଙ୍କା ୭ଦିନ ମଧ୍ୟରେ ଦେବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି । ଆଜି ସଂନ୍ଧ୍ୟାରେ ଶବଟି ବ୍ୟବଛେଦ ହୋଇ ଆସିଲା ପରେ ଶୋକକୂଳ ପରିବେସରେ ଗା୍ରମ ଶ୍ମଶାନରେ ଦାହ କରାଯାଇଥିଲା । ଓଡ଼ିଶା ସମାଚାର