ଗରଦପୁର, ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ଛାତ୍ର ଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ସ୍କୁଲ ପଏନ୍ଟରେ ପହଂଚିବା ଅହେତୁକ ବିଳମ୍ବ ହେଉଛି । ଏଥିପାଇଁ ବିଦ୍ୟାଳୟ ପରିଚାଳନା କରୁଥିବା ଶିକ୍ଷକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଉଲେଖନୀୟ ଏହିକି ଗରଦପୁର ବ୍ଲକ୍ ରେ ୧୮୬ ଟି ସ୍କୁଲ କୁ ମଧ୍ୟାହ୍ନ ଭୋଜନ ଚାଉଳ ପ୍ରଦାନ କରାଯାଉଥିଲା । ସେଥିମଧ୍ୟରୁ ୩୩ ଟି ସ୍କୁଲ କୁ ବନ୍ଦ କରିଦିଆଯାଇଥିବାରୁ ଏବେ ୧୫୩ ଟି ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଚାଉଳ ଦିଆଯାଉଛି । ପ୍ରାଥମିକ ଓ ଉଚ ପ୍ରାଥମିକ ଓ ଉଚ ବିଦ୍ୟାଳୟରେ ପଢ଼ୁଥିବା ଗରଦପୁର ବ୍ଲକ୍ ର ମୋଟ ୭୫୫୪ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାର ଏହି ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଇ ଦେଉଛନ୍ତି । କରୋନା ପ୍ରଭାବରେ ସ୍କୁଲ ଗୁଡ଼ିକ ବନ୍ଦ ଥିବାରୁ ମଧ୍ୟାହ୍ନ ଭୋଜନ ଚାଉଳ ବିଦ୍ୟାଳୟରେ ରୋଷେଇ ହେଉନଥିଲା । ସରକାରଙ୍କ ନିର୍ଦ୍ଧେଶ ରେ ସ୍କୁଲ ପଏନ୍ଟରେ ଚାଉଳ ପହଂଚି ଶିକ୍ଷକ ଙ୍କ ଜରିଆରେ ଛାତ୍ର ଛାତ୍ରୀମାନଙ୍କୁ ଚାଉଳ ବଂଟନ କରାଯାଉଥିଲା । ୩ୟ ଓ ୪ର୍ଥ ପର୍ଯ୍ୟାୟ ମଧ୍ୟାହ୍ନ ଭୋଜନ ଚାଉଳ ଜିଲାପାଳଙ୍କ ନିର୍ଦ୍ଧେଶରେ ଗତ ମାସ ୨୦ ତାରିଖରୁ ଇସୁ କରାଯାଇଛି । ଗରଦପୁର ବ୍ଲକ୍ ପାଇଁ ୩ୟ ପର୍ଯ୍ୟାୟରେ ସେପ୍ଟେମ୍ବର ଓ ଅକ୍ଟୋବର ମାସ ପାଇଁ ୪୩ ଦିନର ଚାଉଳ ଇସୁ ହୋଇଥିଲାବେଳେ ୪ର୍ଥ ପର୍ଯ୍ୟାୟ ନଭେମ୍ବର ଓ ଡ଼ିସେମ୍ବର ମାସର ୪୧ ଦିନ ପାଇଁ ଏହିପରି ମୋଟ୍ ୭୬୯ କୁଇଂଟାଲ ମଧ୍ୟାହ୍ନ ଭୋଜନ ଚାଉଳ ଗରଦପୁର ବ୍ଲକ୍ ପାଇଁ ଇସୁ କରାଯାଇଛି । ଏହି ଚାଉଳକୁ ସୁଚାରୁ ରୂପେ ବଂଟନ କରି ସ୍କୁଲ ପଏଂଟରେ ପହଂଚାଇବା ପାଇଁ ଅର୍ଡ଼ର ନେଇଥିବା ସମ୍ପୃକ୍ତ ଠିକାଦାରଙ୍କୁ ଗରଦପୁର ବ୍ଲକ୍ ଶିକ୍ଷାଧିକାରୀ ଗତ ୨୨ ତାରିଖ ରେ ନିର୍ଦ୍ଧେଶ ଦେଇଛନ୍ତି । ହେଲେ ଆଜି ସୁଦ୍ଧା ଗରଦପୁର ସର୍କଲ ରେ ଥିବା ସ୍କୁଲ ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଚାଉଳ ଆଦୌ ପହଂଚି ପାରିନାହିଁ । କୋରୁଆ ଓ ତେଣ୍ଡାକୁଡ଼ା ସର୍କଲରେ ଥିବା କେତେକ ସ୍କୁଲ ରେ ଚାଉଳ ପହଂଚିଥିବାବେଳେ ଅନ୍ୟ କେତେକ ସ୍କୁଲ ରେ ପହଂଚିପାରିନାହିଁ । ଚାଉଳ ପହଂଚିବାରେ ବିଳମ୍ବ ହେଉଥିବାରୁ ଶିକ୍ଷକ ଓ ଛାତ୍ର ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବ୍ଲକ୍ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସ୍କୁଲ ପଏଂନ୍ଟରେ ଶୀଘ୍ର ଚାଉଳ ପହଂଚାଇବା ପାଇଁ ଠିକାଦାରଙ୍କୁ ନିର୍ଦ୍ଧେଶ ଦିଆଯାଇଥିବା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର