କଟକ ୦୧/୦୨/୨୦୨୧ (ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ତୁଳସୀପୁର କନିକାଛକରେ ଥିବା ‘ସନ୍’ ହସ୍ପିଟାଲ ନାମକ ଘରୋଇ ହସପିଟାଲରେ ନିଆଁଲାଗିଛି । ନିଆଁ ଲିଭା କାର୍ୟ୍ୟରେ ଲାଗିଛନ୍ତି ପ୍ରାୟ ୧୦୦ ଜଣ ଅଗ୍ନିଶମ ବାହିନୀ କର୍ମଚାରୀ । ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ । ତେବେ ସମସ୍ତ ରୋଗୀମାନଙ୍କୁ ସୁରକ୍ଷିତଭାବେ ଅନ୍ୟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ନିଆଁ ଲିଭା କାର୍ୟ୍ୟରେ ୬ଟି ଦମକଳ ବାହିନୀ ଲାଗିଛନ୍ତି । ହାଇଡ୍ରୋଲିକ୍ ସିଡି ସହାୟତାରେ ରୋଗୀ ହସ୍ପିଟାଲ ମଧ୍ୟରୁ ଉଦ୍ଧାର କରାଯାଇଛି । ହସ୍ପିଟାଲରେ ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଲାଗି ରହିଥିଲା । ରୋଗୀ ଓ ରୋଗୀମାନଙ୍କ ଆଟେଣ୍ଡାଂଟ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହି ହସପିଟାଲରେ ମାତ୍ର ଗୋଟିଏ ପ୍ରବେଶ ଓ ପ୍ରସ୍ଥାନ ପଥ ଥିବାରୁ କିଛି ସମସ୍ୟା ଦେଖାଦେଇଥିଲା । ଭିଡକୁ ନିୟନ୍ତ୍ରଣ କରିବାରେ ପୋଲିସ କର୍ମଚାରୀ ଲାଗିଛନ୍ତି । ଘଟଣାସ୍ଥଳରେ କଟକ ଜିଲ୍ଲାପାଳ, ପୋଲିସ କମିଶନର ଓ ସିଏମସି କମିଶନର ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଅଗ୍ନିକାଣ୍ଡ ରେ କେହି ମୃତାହତ ହୋଇନଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ସମସ୍ତ ରୋଗୀଙ୍କୁ ଏସସିବି ସମେତ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ହସପିଟାଲ ର କିଛି ଆସବାବପତ୍ର ପୋଡ଼ିଯାଇଥିବା ଜଣାଯାଇଛି । ଓଡ଼ିଶା ସମାଚାର