ନିରାକାରପୁର, ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା କୃଷ୍ଣପୁର ଠାରେ ଯୋଗମାୟା କ୍ରିକେଟ କ୍ଲବ ଆନୁକୁଲ୍ୟରେ ଦିବାରାତ୍ରୀ ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଷୋରଢପୁର କ୍ରିକେଟ କ୍ଲବ ସହିତ ବେଢାତୁଣ୍ଡ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ଷୋରଢପୁର ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ୱିକେଟ ହରାଇ ୬୮ ରନ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ବେଢାତୁଣ୍ଡ ୮.୩ ଓଭରରେ ସମସ୍ତ ୱକେଟ ହରାଇ ମାତ୍ର ୫୩ ରନ କରିବାରେ ସକ୍ଷମ ହୋଇ ପରାଜିତ ହୋଇଥିଲା । ଏହି ଖେଳକୁ ଘନଶ୍ୟାମ ବେହେରା, ବିକାଶ ଚମ୍ପତି ,ମନୋଜ ସ୍ୱାଇଁ ଓ ସମୀର ଜେନା ପ୍ରମୁଖ ପରିଚାଳନା କରିଥିବାବେଳେ ଷଷ୍ଠୀ ପାଇକରାୟ, ଅନୁଜ ରଣସିଂହ,ତୋଫାନ ସେଠୀ ଉପସ୍ଥ୍ିତ ରହି ବିଜେତା ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିୀଲେ । ଓଡ଼ିଶା ସମାଚାର